୨ କିଲୋ ଓଜନର ବ୍ରାଉନ୍ ସୁଗାର ଜବତ, ଜଣେ ଅଟକ

୨ କିଲୋ ଓଜନର ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ୱର: ଏସଟିଏଫ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ୨ କିଲୋ ୦୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ବେଆଇନ ବ୍ରାଉନ ସୁଗାର କାରବାର ଘଟଣାରେ ଜଣେ ବ୍ୟକ୍ତିକୁ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଏସ୍‌ଟିଏଫକୁ ବିଶ୍ୱସ୍ତ ସୂଚନା ମିଳିଥିଲା ଯେ, ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର କାରବାର କରୁଛି। ଏହା ପରେ ଏସ୍‌ଟିଏଫ୍ ତରଫରୁ ଯୋଜନାମୂଳକ ଭାବେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ଠାରୁ ୨ କିଲୋ ୦୧୨ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା। ଏହାର ବଜାର ମୂଲ୍ୟ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି। ଏସ୍‌ଟିଏଫ୍ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସଂପୃକ୍ତ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ଏସ୍‌ଟିଏଫ୍ ୨୦୨୦ ମସିହା ଠାରୁ ଏସଟିଏଫ ଏପର୍ଯ୍ୟନ୍ତ ୩୪ କିଲୋ ବ୍ରାଉନ ସୁଗାର ଓ ହେରୋଇନ୍ ଜବତ କରିଛି। ସେହିପରି ୬୬ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ବେଆଇନ ନିଶା କାରବାର ସହିତ ଜଡିତ ୧୦୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share Now:

Kalinga News Beuro

Next Post

ସେପ୍ଟେମ୍ବର ୧୦ରେ ବଜାର ପ୍ରବେଶ ହେବ ‘ଜିଓ ଫୋନ ନେକ୍ସଟ’

Thu Jun 24 , 2021
ନୂଆଦିଲ୍ଲୀ: ରିଲାଏନ୍ସ କମ୍ପାନୀ ଆଜି ତାର ୪୪ତମ ବାର୍ଷିକ ବୈଠକ ଆୟୋଜନ କରିଛି। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କିଛି ବଡ଼ ଘୋଷଣା କରିଛନ୍ତି। ଗୁଗୁଲ ଓ ଜିଓ ମିଳିତ ଭାବେ ଏକ ସ୍ମାର୍ଟ ଫୋନ ଲଞ୍ଚ କରିଛନ୍ତି, ଯାହାର ନାଁ ହେଉଛି ଜିଓ ଫୋନ ନେକ୍ସଟ। ଏହି ଫୋନ ଦୁନିଆର ସବୁଠାରୁ ଶସ୍ତା ଫୋନ ବୋଲି ସେ ଦାବି […]
ଜିଓ ଫୋନ ନେକ୍ସଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial