ଉଦ୍ଧତ ଯୁବକର ଉନ୍ମତ୍ତକାଣ୍ଡ : ଛୁରାମାଡ଼ରେ ୨ ଆହତ

ଯୁବକର ଉନ୍ମତ୍ତକାଣ୍ଡ

ଭୁବନେଶ୍ବର : ଯୁବତୀଙ୍କୁ କମେଟ ମାରିବାକୁ ନେଇ ବିବାଦ ହେବା ପରେ ଭିଏସଏସ ନଗର ଅଂଚଳରେ ଜଣେ ଯୁବକ ଛୁରାମାଡ଼ କରିଛି। ଏହି ଘଟଣାରେ ସହିଦନଗର ତେଲୁଗୁ ବସ୍ତିର ଦୁଇଜଣ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଆକ୍ରମଣକାରୀ ଶିବ ପ୍ରସାଦ ସାହୁଙ୍କୁ ଗିରଫ କରିଛି ପୋଲିସ। ତା’ ଘର ଝାଡଖଣ୍ଡରେ ବୋଲି ଜଣାପଡ଼ିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ କମେଣ୍ଟମରାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ଝଗଡା। ବାଣୀବିହାର ରେଳ ଷ୍ଟେସନରେ ଦୁଇ ଯୁବତୀଙ୍କୁ ଅଭିଯୁକ୍ତ ଶିବ ପ୍ରସାଦ କମେଣ୍ଟ ମାରିବାରୁ କିଛି ସ୍ଥାନୀୟ ଲୋକ ତାହାର ବିରୋଧ କରିଥିଲେ। ଏହାକୁ ନେଇ ଅଭିଯୁକ୍ତ ଓ ସ୍ଥାନୀୟ ଲୋକଙ୍କ ଭିତରେ ବଚସା ହୋଇଥିଲା। ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କଲାବେଳେ ସ୍ଥାନୀୟ ଲୋକ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପାଖରେ ରଖିଥିବା ଏକ ଛୁରୀରେ ଆକ୍ରମଣ କରିଥିଲା।

Share Now:

Kalinga News Beuro

Next Post

ବାରବାଟୀରେ ଓସିଏ ପ୍ରୋତ୍ସାହିତ ଲୁଟ୍‌ : ଖାଦ୍ୟରେ ପ୍ରସ୍ତୁତି ତାରିଖ କି କମ୍ପାନି ନାଁ ନାହିଁ

Mon Jun 13 , 2022
କୁଆଡ଼େ ଗଲେ କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ, ପୁଲିସ, ପ୍ରଶାସନ? କଟକ: ସୁରକ୍ଷା ବାହାନାରେ ବାହାରୁ ଖାଦ୍ୟ, ପାଣି ନେବା ବନ୍ଦ କରି ଦେଲେ। ହେଲେ ଭିତରେ ଯେଉଁ ଖାଦ୍ୟ ଆଉ ଥଣ୍ଡା ପାନୀୟ ବିକ୍ରି ହେଲା, ସବୁର ଦର ଦୁଇ/ତିନି ଗୁଣାର ବି ଅଧିକ। ଖାଦ୍ୟ ସାମଗ୍ରୀ ଉପରେ ପ୍ରସ୍ତୁତି ତାରିଖ କି ପ୍ରସ୍ତୁତକାରୀ କଂପାନିର ନାଁ ବି ନାହିଁ। ଅନ୍ତର୍ଜାତୀୟ ମ୍ୟାଚରେ ବାରବାଟୀରେ ଏଭଳି ଖାଦ୍ୟ, […]
ବାରବାଟୀରେ ଓସିଏ ପ୍ରୋତ୍ସାହିତ ଲୁଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial