କପ୍ତିପଦା ବିଡିଓଙ୍କ ଘରୁ ଚୋରି : ଲୁଟର ଦୃଶ୍ୟ ସିସିଟିଭିରେ କଏଦ

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଡିଓଙ୍କ ଘରକୁ ବି ଛାଡ଼ିଲେନି ଲୁଟେରା। ରାତି ଅଧରେ କପ୍ତିପଦା ବିଡିଓ ସିଦ୍ଧେଶ୍ୱର ନାଏକଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ବିଡିଓ ତାଙ୍କ ପରିବାର ସହ ଭୁବନେଶ୍ୱର ଆସିଥିବାବେଳେ ଏହା ଜାଣି ଲୁଟ୍ କରିଥିଲେ ଲୁଟେରା। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରି କରିଥିଲେ। ଲକ୍ଷାଧିକ ନଗଦ ଟଙ୍କା ଓ ଦାମୀ ସାମଗ୍ରୀ ସବୁ ଲୁଟି ନେଇଛନ୍ତି ଲୁଟେରା। ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ପୁଣି ଝୁମିବ ଭୁବନେଶ୍ୱର : ଫେବୃଆରୀ ୩ରୁ ଏକାମ୍ର ଉତ୍ସବ

Wed Jan 17 , 2024
ଭୁବନେଶ୍ୱର: ପୁଣି ଝୁମିବ ଭୁବନେଶ୍ୱର। ଡଟ୍‌ଫେଷ୍ଟ ଭଳି ରଙ୍ଗାରଙ୍ଗ୍‌ କାର୍ଯ୍ୟକ୍ରମ ସାଙ୍ଗକୁ ନିଆରା ଖାଦ୍ୟର ମଜା ନେବେ ଭୁବନେଶ୍ୱରିଆ। ତା’ ସାଙ୍ଗକୁ ରାସ୍ତା କଡ଼ ଓ ଗଳିକନ୍ଦିରେ ଓଡ଼ିଆ ସଂସ୍କୃତିର ଯାବତୀୟ ପରମ୍ପରା, ଚଳଣୀ ଓ ସଂସ୍କୃତିର ଝଲକ ଦେଖିବାକୁ ପାଇବେ। ମୋଟାମୋଟି କହିବାକୁ ଗଲେ ସାରା ଭୁବନେଶ୍ୱରରେ ସୃଷ୍ଟି ହେବ ଉତ୍ସବର ମା‌ହୋଲ୍‌। ଗୋଟିଏ ପଟେ ରାଜ୍ୟ ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରୁଥିବା ବେଳେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial