୨୭୦ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ

୨୭୦ କିଲୋ ଗଞ୍ଜେଇ ଜବତ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ୨୭୦ କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଅବକାରୀ ଅଧିକ୍ଷକ ଅରୁଣ ପାଢୀଙ୍କ ନିର୍ଦ୍ଦେଶକ୍ରମେ ଇନସପେକ୍ଟର ଉଦୟ ନାୟକଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରଜାବନ୍ଧ ଗ୍ରାମରେ ଚଢାଉ କରିଥିଲେ। ତେବେ ଏହି ଗ୍ରାମର ହରି ହନ୍ତାଳଙ୍କ ଘର ସାମ୍ନାରେ ୧୧ ବସ୍ତା ଗଞ୍ଜେଇ ରଖାଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଏହି ଗଞ୍ଜେଇକୁ ଜବତ କରିବା ସହ ହରି ହନ୍ତାଳଙ୍କୁ ଗିରଫ କରିଥିଲେ। ହି ୧୧ ବସ୍ତାରେ ୨୭୦ କିଲୋ ଗଞ୍ଜେଇ ରହିଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣ ଜୋରସୋରରେ ଚାଲିଥିବା ବେଳେ ପୁଲିସ ତରଫରୁ ଧରପଗଡ ଜୋରଦାର କରାଯାଇଛି। ତେବେ ଅବକାରୀ ବିଭାଗ ମଧ୍ୟ ପଛରେ ନାହିଁ। ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଅବକାରୀ ବିଭାଗ ତରଫରୁ ଜୋରଦାର ଧରପଗଡ ଆରମ୍ଭ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚୋରାଚାଲାଣକୁ ରୋକିବାକୁ ଜୋରଦାର ଚଢାଉ କରାଯିବ ବୋଲି ଅବକାରୀ ବିଭାଗ କହିଛି।

Share Now:

Kalinga News Beuro

Next Post

ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ଧରଣର ନୌକା ଦୁର୍ଘଟଣା : ଅନେକ ଯାତ୍ରୀ ନିଖୋଜ

Wed Sep 8 , 2021
ଆସାମ: ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ଧରଣର ନୌକା ଦୁର୍ଘଟଣା ଘଟିଛି। ତେବେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ଦୁଇ ଯାତ୍ରୀବାହୀ ନୌକା ମଧ୍ୟରେ ଧକ୍କା ହୋଇଯାଇଥିଲା। ଦୁର୍ଘଟଣା ପରେ ନୌକାରେ ଥିବା ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଦୁଃଖଦ ଘଟଣା ଜୋରହଟ ଜିଲ୍ଲାର ନିମାତିଘାଟ ନିକଟରେ ଘଟିଥିବା କୁହାଯାଉଛି। ପ୍ରକାଶିତ ରିପୋର୍ଟ ମୁତାବକ, ଦୁଇଟି ନୌକାରେ ପାଖାପାଖି ୧୦୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଗୋଟିଏ ନୌକା ମାଜୁଲିରୁ ନିମାତିଘାଟକୁ […]
ଦୁଇଟି ନୌକା ମଧ୍ୟରେ ଧକ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial