ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ଧରଣର ନୌକା ଦୁର୍ଘଟଣା : ଅନେକ ଯାତ୍ରୀ ନିଖୋଜ

ଦୁଇଟି ନୌକା ମଧ୍ୟରେ ଧକ୍କା

ଆସାମ: ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ଧରଣର ନୌକା ଦୁର୍ଘଟଣା ଘଟିଛି। ତେବେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ଦୁଇ ଯାତ୍ରୀବାହୀ ନୌକା ମଧ୍ୟରେ ଧକ୍କା ହୋଇଯାଇଥିଲା। ଦୁର୍ଘଟଣା ପରେ ନୌକାରେ ଥିବା ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଦୁଃଖଦ ଘଟଣା ଜୋରହଟ ଜିଲ୍ଲାର ନିମାତିଘାଟ ନିକଟରେ ଘଟିଥିବା କୁହାଯାଉଛି। ପ୍ରକାଶିତ ରିପୋର୍ଟ ମୁତାବକ, ଦୁଇଟି ନୌକାରେ ପାଖାପାଖି ୧୦୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଗୋଟିଏ ନୌକା ମାଜୁଲିରୁ ନିମାତିଘାଟକୁ ଯାଉଥିବା ବେଳେ ଦ୍ବିତୀୟ ନୌକାଟି ବୀପରିତ ଦିଗକୁ ଯାଉଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ନୌକା ଦୁର୍ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି। ଏଥିସହିତ ମାଜୁଲି ଓ ଜୋରହାଟ ଜିଲ୍ଲାର ପ୍ରଶାସନଙ୍କୁ ଏନଡିଆରଏଫ ଓ ଏସଡିଆରଏଫଙ୍କ ସାହାଯ୍ୟରେ ଉଦ୍ଧାରକାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଧାନ ସଚିବ ସମୀର ସିହ୍ନାଙ୍କୁ କ୍ରମାଗତ ଭାବେ ଘଟଣା ସହିତ ଜଡ଼ି ରହିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ମାଜୁଲି ପହଞ୍ଚିବେ।

Share Now:

Kalinga News Beuro

Next Post

ରାଜଧାନୀରେ ଆଉ ଏକ ହତ୍ୟାକାଣ୍ଡ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ଗଳିତ ଶବ

Wed Sep 8 , 2021
ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର ସନ୍ଦେହ ଭୁବନେଶ୍ବର: ଆଜି ରୁଚିକା ମାର୍କେଟ୍ ନିକଟସ୍ଥ ମହାବୀର ବସ୍ତିର ଏକ ବନ୍ଦ ଘରୁ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ଶବଟି ସଂପୂର୍ଣ୍ଣ ପଚି ଯାଇଥିବାରୁ ପୁଲିସ ମୃତଦେହର ପରିଚୟ ପାଇନଥିବା ବେଳେ ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ହାତରେ ଲାଗିଥିବା କିଛି ପ୍ରମାଣ ଏବଂ ବନ୍ଦ ଘରେ […]
ରାଜଧାନୀରେ ଆଉ ଏକ ହତ୍ୟାକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial