ଏ ବର୍ଷ ଜଲଦି ଆସିପାରେ ମୌସୁମୀ

ଏ ବର୍ଷ ଜଲଦି ଆସିପାରେ ମୌସୁମୀ

ନୂଆଦିଲ୍ଲୀ : ଏବର୍ଷ ଆଗୁଆ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଇତି ମଧ୍ୟରେ ଏହା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁସାରିଲାଣି। ମୌସୁମୀ ଏବେ କେରଳ ଆଡ଼କୁ ମୁହାଁଇଛି। ଏହା ଆସନ୍ତା ୨୬ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି। ମୌସୁମୀ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ। ଅର୍ଥାତ ଏକ ସପ୍ତାହ ଆଗରୁ ମୌସୁମୀ ଆସିବ। ଏହି କ୍ରମରେ ଆସନ୍ତା ଜୁନ ୬ ସୁଦ୍ଧା ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ରହିଛି। କିନ୍ତୁ ଆଗୁଆ ମୌସୁମୀ ଆସିଲେ ବି ଏବର୍ଷ କେତେ ବର୍ଷା ହେବ ତାହାକୁ ନେଇ ଆଶଙ୍କା ଦେଖାଦଇଛି। ପୂର୍ବରୁ ୨୦୦୯ରେ ମେ ୨୩ରେ ମୌସୁମୀ କେରଳ ଛୁଇଁଥିଲା। କିନ୍ତୁ ସେହି ବର୍ଷ ସ୍ବଳ୍ପ ବର୍ଷା କାରଣରୁ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲା। ସେହିବର୍ଷ ୨୨ ପ୍ରତିଶତ କମ ବର୍ଷା ହୋଇଥିଲା। ଏବର୍ଷ ସେପରି ହେବନି ତ ? କାରଣ ଏବର୍ଷ ପ୍ରଥମ ଦୁଇ ମାସ ଭଲ ବର୍ଷା ଥିବାବେଳେ ଶେଷ ଦୁଇମାସ (ଅଗଷ୍ଟ,ସେପ୍ଟେମ୍ବର) ବର୍ଷା କମିବାର ଆଶଙ୍କା କରୁଛି ସ୍କାଏମେଟ୍। ଏପରି ହେଲେ ବର୍ଷା ନିଅଣ୍ଟ ଧରିବାର ଆଶଙ୍କା ରହିଛି।
ଠିକ ସମୟରେ ମୌସୁମୀ ଆସିବା ଦେଶ ପାଇଁ ଏକ ସୁସମ୍ବାଦ ବୋଲି କୁହାଯାଉଛି। କାରଣ ଦେଶର କୃଷି ଉତ୍ପାଦନ ଓ ସାମଗ୍ରିକ ଭାବେ ଅର୍ଥନୀତି ଉପରେ ମୌସୁମୀ ବାୟୁର ସବୁଠାରୁ ଅଧିକ ପ୍ରଭାବ ରହିଛି। ଦେଶର ଅଧିକାଂଶ କୃଷି ଅଂଚଳ ମୌସୁମୀ ଉପରେ ନିର୍ଭରଶୀଳ ହୋଇଥିବାରୁ ଠିକ ସମୟରେ ମୌସୁମୀ ଆସିଲେ ତାହା ଦେଶର କୃଷି ଉତ୍ପାଦନରେ ସହାୟକ ହେବ।

Share Now:

Kalinga News Beuro

Next Post

କୋଇଲା ଅଭାବ ପୂରଣ ପାଇଁ ରେଳବାଇର ଡ୍ରାଗନ୍ ଟ୍ରେନ

Tue May 17 , 2022
ନୂଆଦିଲ୍ଲୀ: ଭୀଷଣ ଗରମ ମଧ୍ୟରେ ଯେଭଳି ବିଦ୍ୟୁତ ଉତ୍ପାଦନରେ କୋଇଲା ସଙ୍କଟ ନ ହେବ ସେଥିପାଇଁ ରେଳ ମନ୍ତ୍ରାଳୟ ଏବେ ଡ୍ରାଗନ ଟ୍ରେନ ଚଳାଇଛି। ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ ନୂତନ ରେଳ ଚଳାଚଳଠାରୁ ଆରମ୍ଭ କରି କ୍ଷମତା ବୃଦ୍ଧି କରି କୋଇଲା ଯୋଗାଣ ନିଶ୍ଚିତ କରିବାକୁ ରେଳବାଇ ସମସ୍ତ ପଦକ୍ଷେପ ନେଉଛି। ଆଉ କୋଇଲା ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ଡ୍ରାଗନ୍ ଟ୍ରେନ ଚଳାଇବା ଆରମ୍ଭ କରିଛି। […]
କୋଇଲା ପାଇଁ ଡ୍ରାଗନ୍ ଟ୍ରେନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial