ହାଇଦ୍ରାବାଦର ବନ୍ୟା ପ୍ରପୀଡିତଙ୍କ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କଲେ ସାଉଥ ସୁପରଷ୍ଟାର ପ୍ରଭାସ

ସାଉଥ ସୁପରଷ୍ଟାର ପ୍ରଭାସ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁ, ଜୁନିୟର ଏନଟିଆର ଏବଂ ଚିରଞ୍ଜୀବୀଙ୍କ ପରେ ସୁପରଷ୍ଟାର ପ୍ରଭାସ ହାଇଦ୍ରାବାଦରେ ହୋଇଥିବା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି। ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ମାତା ବି.ଏ ରାଜୁ ଘୋଷଣା କରିଛନ୍ତି ଯେ, ହାଇଦ୍ରାବାଦର ବନ୍ୟା ପ୍ରପୀଡ଼ିତଙ୍କୁ ପ୍ରଭାସ ୧.୫ କୋଟି ଟଙ୍କା ଦାନ କରିଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ପ୍ରଭାସ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଥିଲେ। ପ୍ରଭାସଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ମହେଶ ବାବୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଥିବା ବେଳେ ସାଉଥ ସୁପରଷ୍ଟାର ଜେଆର ଏନଟିଆର ୫୦ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହା ସହ ସାଉଥ ସୁପରଷ୍ଟାର ନାଗାର୍ଜୁନ ୫୦ଲକ୍ଷ ଏବଂ ଚିରଞ୍ଜୀବୀ ୧କୋଟି ଟଙ୍କା ଦାନ କରିଛନ୍ତି। ସୂଚନା ମୁତାବକ, ହାଇଦ୍ରାବାଦରେ ହୋଇଥିବା ବନ୍ୟା କାରଣରୁ ଗତ କିଛି ଦିନ ମଧ୍ୟରେ ସହରର ପ୍ରାୟ ୩୭,୦୦୦ ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଏବେ ମ୍ୟୁନିସିପାଲିଟି କର୍ମଚାରୀ ଏବଂ ବିପର୍ଯ୍ୟୟ ମୁକାବିଲା ବଳ ପ୍ରଭାବିତ ହୋଇଥିବା ଲୋକମାନଙ୍କ ଜୀବନକୁ ସ୍ୱାଭାବିକ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି।

Share Now:

Kalinga News Beuro

Next Post

ଚୋରା ଲୁହା ପଥର ଚାଲାଣ କରୁଥିବା ୨ ଡମ୍ଫର ଜବତ, ୫ ମାଫିଆ ଗିରଫ

Wed Oct 21 , 2020
ଗୋରୁମହିଷାଣୀ: ବେଆଇନ ଭାବରେ ଚାଲାଣ କରୁଥିବା ଦୁଇଟି ଲୁହାପଥର ବୋଝେଇ ଡମ୍ଫରକୁ ଜବତ କରିଛି ବହଳଦା ପୁଲିସ। ଏହା ସହ ୫ ଜଣ ପଥର ମାଫିଆଙ୍କୁ ମଧ୍ୟ ଗିରଫ କରିଛି। ଦୀର୍ଘଦିନ ଧରି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଲୌହଖଣି ଆଖପାଖ ଅଞ୍ଚଳରୁ ବେଆଇନ ଭାବରେ ଲୌହ ପଥର ଖନନ କରି ମାଫିଆ ଗୋଷ୍ଠୀ ଝାଡଖଣ୍ଡକୁ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ […]
ଚୋରା ଲୁହା ପଥର ଚାଲାଣ କରୁଥିବା ୫ ମାଫିଆ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial