ରାଜଧାନୀକୁ ଆସୁଛନ୍ତି ଶହ ଶହ ପ୍ରବାସୀ:ବସ୍‌ରୁ ଓହ୍ଲାଇ ରାସ୍ତାରେ ବୁଲୁଛନ୍ତି

ଭୁବନେଶ୍ୱର: ପ୍ରତିଦିନ ଶହଶହ ପ୍ରବାସୀ ଶ୍ରମିକ ଓଡ଼ିଶା ଆସୁଛନ୍ତି ଓ ଓଡ଼ିଶା ହୋଇ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, କୌଣସି ଶ୍ରମିକ ଚାଲି ଚାଲି ଯିବେନି। ସେଥିପାଇଁ ବସ୍‌ରେ ନିଆଯାଉଛି। କିନ୍ତୁ ଏହା ଏବେ ଜାତୀୟ ରାଜପଥ କଡ଼ରେ ରହୁଥିବା ଲୋକଙ୍କ ପାଇଁ ଚିନ୍ତା ପାଲଟିଛି। ଖାସ୍‌ କରି ରାଜଧାନୀ ପାଇଁ। ବାହାର ରାଜ୍ୟରୁ ବହୁ ବସ୍‌ରେ ପ୍ରବାସୀ ଶ୍ରମିକ ଆସୁଥିବାବେଳେ ସେମାନେ ଝାଡ଼ା, ପରିସ୍ରା ପାଇଁ ବିଭିନ୍ନ ସ୍ଥାନରେ ଅଟକୁଛନ୍ତି। ଏପରିକି ଖାଦ୍ୟ ପାଇଁ ବିଭିନ୍ନ ସ୍ଥାନରେ ରହୁଛନ୍ତି। ଗୋଟିଏ ଦୋକାନକୁ ୧୦ରୁ ୧୨ଜଣ ଏକାବେଳେ ଯାଉଥିବାବେଳେ ନିକଟରେ ଥିବା ଲୋକଙ୍କ ସହ ବି ମିଶୁଛନ୍ତି। କେବଳ ଏତିକି ନୁହେଁ ରାସ୍ତାରେ ଅଇଁଠା ଖାଦ୍ୟ, କୁଳୁକୁଚା‌ ପାଣି ପକାଉଛନ୍ତି। ଏବେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକ। ତେଣୁ ଏବେ ରାଜରାସ୍ତା କଡ଼ରେ ଘର କରିଥିବା ଲୋକ ଏବଂ ରାଜଧାନୀବାସୀ ଚିନ୍ତାରେ ପଡ଼ିଗଲେଣି। ରାଜଧାନୀ ଭିତରେ ପ୍ରବାସୀ ଶ୍ରମିକଙ୍କ ଗାଡ଼ି ନଅଟକାଇ କେବଳ ସହର ବାହାରେ ଗୋଟିକିଆ ଦୋକାନ ରଖି ଗାଡ଼ି ଅଟକାନ୍ତୁ। ଏହାଦ୍ୱାରା ଅଧିକ ଲୋକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେନି ବୋଲି ସାଧାରଣରେ ଦାବି ହେଉଛି।

Share Now:

Kalinga News Beuro

Leave a Reply

Next Post

ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଅଭିଯୋଗ ଆଣି ଭାରତକୁ ସମନ ପଠାଇଲା ପାକିସ୍ତାନ

Mon May 18 , 2020
ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖାଠାରେ ଭାରତୀୟ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଭାରତୀୟ ଉଚ୍ଚ ଆୟୋଗର ଜଣେ ବରିଷ୍ଠ କୁଟନୀତିଜ୍ଞଙ୍କୁ ସୋମବାର ସମନ ପଠାଇଛି ଶତ୍ରୁ ଦେଶ ପାକିସ୍ତାନ। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ଅଣାଯାଇ କୁହାଯାଇଛି ଯେ ରବିବାର ଖୁଇରତା ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଅକାରଣ ଗୁଳି ମାଡ଼ରେ ଜଣେ ୩୭ ବର୍ଷିୟ ନାଗରିକ ଆହତ ହୋଇଛନ୍ତି। ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ […]

ଆହୁରି ପଢ଼ନ୍ତୁ