କୋଇଲା ଅଭାବ ପୂରଣ ପାଇଁ ରେଳବାଇର ଡ୍ରାଗନ୍ ଟ୍ରେନ

କୋଇଲା ପାଇଁ ଡ୍ରାଗନ୍ ଟ୍ରେନ

ନୂଆଦିଲ୍ଲୀ: ଭୀଷଣ ଗରମ ମଧ୍ୟରେ ଯେଭଳି ବିଦ୍ୟୁତ ଉତ୍ପାଦନରେ କୋଇଲା ସଙ୍କଟ ନ ହେବ ସେଥିପାଇଁ ରେଳ ମନ୍ତ୍ରାଳୟ ଏବେ ଡ୍ରାଗନ ଟ୍ରେନ ଚଳାଇଛି। ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ ନୂତନ ରେଳ ଚଳାଚଳଠାରୁ ଆରମ୍ଭ କରି କ୍ଷମତା ବୃଦ୍ଧି କରି କୋଇଲା ଯୋଗାଣ ନିଶ୍ଚିତ କରିବାକୁ ରେଳବାଇ ସମସ୍ତ ପଦକ୍ଷେପ ନେଉଛି। ଆଉ କୋଇଲା ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ଡ୍ରାଗନ୍ ଟ୍ରେନ ଚଳାଇବା ଆରମ୍ଭ କରିଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ରେଳବାଇ ୩ କିଲୋମିଟର ଲମ୍ବା ମାଲବାହୀ ଟ୍ରେନ୍ ଚଳାଇଛି। ଏହି ଟ୍ରେନ୍ ଛତିଶଗଡର କୋରବାରୁ ଉତ୍ତର ଭାରତର ପାୱାର ପ୍ଲାଣ୍ଟକୁ କୋଇଲା ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଛି। ଏହି ମାଲବାହୀ ଟ୍ରେନରେ ୨୪୦ଟି ୱାଗନ୍ ଥିବାବେଳେ କୋଇଲା ନେବାର କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ଯାହା ଦ୍ୱାରା କମ ସମୟ ମଧ୍ୟରେ ସର୍ବାଧିକ କୋଇଲା ଯୋଗାଇ ଦିଆଯାଇପାରିବ। ଏହି ଡ୍ରାଗନ୍ ଟ୍ରେନ ଏକ ସମୟରେ ୧୬,୦୦୦ ଟନ୍ କୋଇଲା ପରିବହନ କରୁଛି। ଏଥିରେ ୪ଟି ଇଞ୍ଜିନ୍ ଲାଗିଥିବାବେଳେ ଏହି ପ୍ରକାରର ଲମ୍ବା ରେକକୁ ଡ୍ରାଗନ୍ ରେକ୍ ମଧ୍ୟ କୁହାଯାଏ। ଏଥିରେ ୪ଟି କୋଇଲା ରେକ ଯୋଗ କରି ଏକ ଲମ୍ବା ହଲ୍ ରେକ୍ ତିଆରି କରାଯାଏ। ଏକ ରେକରେ ପ୍ରାୟ ୫୮ଟି ୱାଗନ୍ ଥିବାବେଳେ ମେ ମାସରେ, ବର୍ତ୍ତମାନ ସୁଦ୍ଧା ରେଳବାଇ ପ୍ରତିଦିନ ଏହିପରି ୭୦ଟି ଲମ୍ବା ଟ୍ରେନ୍ ଚଳାଚଳ କରୁଛି।

Share Now:

Kalinga News Beuro

Next Post

ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ ପ୍ରବେଶ ପଥର ନକ୍ସା ଜାରି

Tue May 17 , 2022
ଭୁବନେଶ୍ବର: ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥର ରୂପରେଖ। ଏଥିପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ପ୍ରଶସ୍ତ ରାସ୍ତା ସାଙ୍ଗକୁ ‌ଗେଟ୍‌ ସମୁଖରେ ଶୋଭା ପାଇବ ୱାଟର୍‌ ଫାଉଣ୍ଟେନ୍‌। ବାଣୀବିହାର ଓଭରବ୍ରିଜ୍‌ଠାରୁ ପ୍ରଶାସନିକ ବିଲ୍ଡିଂ ପର୍ଯ୍ୟନ୍ତ ୮ଶହ ମିଟରର ନୂଆ ରାସ୍ତା ନିର୍ମାଣ କରାଯିବ। ଓଡ଼ିଶା ଆର୍କିଟେକ୍‌ ରୁଚିପୂର୍ଣ୍ଣା ଜେନା ଏହାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ଫାଟକ ସମେତ ସୁରକ୍ଷା କର୍ମୀଙ୍କ ପ୍ରକୋଷ୍ଠ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର […]
ଉତ୍କଳ ବିଶ୍ବବିଦ୍ୟାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial