ହନୁମାନଙ୍କ ଫଟୋଚିତ୍ର ଆଗରେ ଅର୍ଦ୍ଧନଗ୍ନ ପୋଷାକ ପିନ୍ଧି ରା଼ମ୍ପ ଚାଲିଲେ ମହିଳା ବଡିବିଲ୍ଡର

ହନୁମାନଙ୍କ ଫଟୋଚିତ୍ର ଆଗରେ ନଗ୍ନ ପୋଷାକ ପିନ୍ଧିଲେ ମହିଳା

ଭୋପାଳ: ମଧ୍ୟପ୍ର‌ଦେଶରର ରତ୍‌ଲମଠାରେ ଆୟୋଜିତ ହୋଇଥିବା ଏକ ବଡିବିଲ୍‌ଡିଂ ପ୍ରତିଯୋଗିତାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରତିଯୋଗିତାରେ ପ୍ରଭୁ ହନୁମାନଙ୍କ ଫଟୋଚିତ୍ର ସମ୍ମୁଖରେ ମହିଳା ବଡିବିଲ୍‌ଡର୍‌ମାନେ ଅର୍ଦ୍ଧନଗ୍ନ ପୋଷାକ ପରିଧାନ କରି ଚାଲିଥିବା ବେଳେ ଏହାକୁ ନେଇ ‌କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ କଂଗ୍ରେସର କିଛି ନେତା। ମାର୍ଚ୍ଚ ୩ ଓ ୪ ତାରିଖରେ ରାଜ୍ୟର ୧୩ତମ ମିଷ୍ଟର୍‌ ଜୁନିୟର୍‌ ବଡିବିଲ୍ଡିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ହନୁମାନଙ୍କ ଫଟୋଚିତ୍ର ଆଗରେ ମହିଳା ବଡିବିଲ୍ଡର୍‌ମାନେ ସ୍ୱଳ୍ପ ପୋଷାକ ପରିଧାନ କରି ପୋଜ୍‌ ଦେଇଥିବାର ଦେଖିବାକୁ ମିଳିଥିଲା।
ପ୍ରତିଯୋଗିତା‌ ଶେଷ ହେବା ପରେ ପରେ ହିଁ ସେହି ସ୍ଥାନକୁ ପବିତ୍ର କରିବାକୁ ସ୍ଥାନୀୟ କଂଗ୍ରେସ ନେତା ସେଠାରେ ଗଙ୍ଗାଜଳ ପକାଇ ହନୁମାନ ଚାଳିଶା ଗାନ କରିଥିଲେ। ଏହି ବଡିବିଲ୍‌ଡିଂ ପ୍ରତିଯୋଗିତାକୁ ବିଜେପି ମେୟର ପ୍ରହଲ୍ଲାଦ ପଟେଲ୍‌ଙ୍କୁ ନେଇ ହୋଇଥିବା ଏକ କମିଟି ଆୟୋଜନ କରିଥିବା ବେଳେ ରତ୍‌ଲମର ବିଜେପି ବିଧାୟକ ଚୈତନ୍ୟ କଶ୍ୟପଙ୍କର ବି ଏଥିରେ ସଂପୃକ୍ତି ଥିଲା। ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ହିନ୍ଦୁ ଧର୍ମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି।

Share Now:

Kalinga News Beuro

Next Post

କୌଣସି ମହିଳାଙ୍କୁ ବିନା ଅନୁମତିରେ ରଙ୍ଗ ଲଗାଇଲେ ଯିବାକୁ ପଡିପାରେ ଜେଲ

Tue Mar 7 , 2023
ନୂଆଦିଲ୍ଲୀ: ହୋଲି ସମୟରେ ମହିଳାଙ୍କ ପ୍ରତି ଅନେକ ଅସଦାଚରଣର ଅଭିଯୋଗ ସାମ୍ନାକୁ ଆସିଥାଏ। ପ୍ରାୟତଃ କିଛି ଲୋକ ହୋଲି ନାମରେ ମହିଳାମାନଙ୍କୁ ରଙ୍ଗ ଲଗାଇବା ସହ ଅଶ୍ଳୀଳ ବ୍ୟବହାର କରନ୍ତି। ରଙ୍ଗ ଲଗାଇବା ସମୟରେ,ବିକୃତ ଚିନ୍ତାଧାରାର କିଛି ବ୍ୟକ୍ତି ରଙ୍ଗ ବାହାନାରେ, ମହିଳାଙ୍କୁ ଅସଭ୍ୟ ଭାବେ ସ୍ପର୍ଶ କରନ୍ତି। ତେବେ ଆଇନ ଅନୁଯାୟୀ, ଏଭଳି କରିବା ଏକ ଅପରାଧ ଏବଂ ଯଦି ଜଣେ ମହିଳା ଅଭିଯୋଗ କରନ୍ତି ତେବେ ଉକ୍ତ […]
ମହିଳାମାନଙ୍କୁ ରଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial