ଯୁଦ୍ଧାଭ୍ୟାସ କରିବାକୁ ଭାରତ ଆସିପାରେ ପାକିସ୍ତାନୀ ସେନା

ପାକିସ୍ତାନୀ ସେନା

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ଭାରତ ଏବଂ ଚୀନ୍ ଶୀଘ୍ର ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିପାରନ୍ତି। କେବଳ ଏତିକି ନୁହେଁ, କୁହାଯାଉଛି ଯେ ପାକିସ୍ତାନ ମଧ୍ୟ ଅକ୍ଟୋବରରେ ଭାରତ ଆସି ଯୁଦ୍ଧାଭ୍ୟାସରେ ଭାଗ ନେଇପାରେ। ମିଳିଥିବା ସୂଚନା ମୁତାବକ ଋଷ ହେବାକୁ ଥିବା ଭୋଷ୍ଟୋକ ୨୦୨୨ ସାମରିକ ଅଭ୍ୟାସରେ ଭାରତ ଅଂଶଗ୍ରହଣ କରିବ ବୋଲି ଜଣାପଡିଛି। ଏହାପୂର୍ବରୁ ଏହି ତିନି ଦେଶ ଭାରତ,ଋଷ ଓ ଜାପାନ ଅଭ୍ୟାସରେ ମଧ୍ୟ ଭାଗ ନେଇଥିଲେ। ଏଥିରେ ପାକିସ୍ତାନ, ଚୀନ ସମେତ ୧୭ଟି ଦେଶ ସାମିଲ ହୋଇଥିଲେ। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅଧୀନରେ ଅକ୍ଟୋବର ମାସରେ ଭାରତରେ ଏକ ଆନ୍ତର୍ଜାତୀୟ ଆତଙ୍କବାଦ ବିରୋଧୀ ଅଭ୍ୟାସ ଆୟୋଜିତ ହେବାକୁ ଯାଉଛି। ହରିୟାଣାର ମନେସରରେ ଏହା ଆୟୋଜିତ ହେବାକୁ ଥିବାବେଳେ ପାକିସ୍ତାନର ବୈଦେଶିକ ମୁଖପାତ୍ର ଅସୀମ ଇଫତୀଖାର ପାକିସ୍ତାନ ସାମିଲ ହେବା ନେଇ ସୂଚନା ଦେଇଛନ୍ତି।
ଉଲ୍ଲେଖ ଥାଉ କି ଭୋଷ୍ଟୋକ ୨୦୨୨ ଯୁଦ୍ଧାଭ୍ୟାସରେ ଚୀନର ସୈନିକମାନେ ଅଂଶଗ୍ରହଣ କରିବେ ବୋଲି ଚୀନ୍ ନିଶ୍ଚିତ କରିଛି। ସେହିପରି ଭାରତର ୭୫ ସଦସ୍ୟଙ୍କୁ ନେଇ ଏକ ଟିମ ମଧ୍ୟ ଏଥିରେ ସାମିଲ ହେବ। ଆଉ ତାରିଖ ନିଶ୍ଚିତ ହେବା ପରେ ଭାରତୀୟ ସୈନିକମାନେ ଭ୍ଲାଡିଭୋଷ୍ଟୋକକୁ ଯିବେ। ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୫ ମଧ୍ୟରେ ଭୋଷ୍ଟୋକ ସାମରିକ ଅଭ୍ୟାସ ଅନୁଷ୍ଠିତ ହୋଇପାରେ, ଯେଉଁଥିରେ ବେଲାଋଷ, ମୋଙ୍ଗୋଲିଆ ଏବଂ ତାଜିକିସ୍ତାନ ମଧ୍ୟ ସାମିଲ ହେବେ।

Share Now:

Kalinga News Beuro

Next Post

ନ୍ୟୁୟର୍କରେ ଧ୍ବଂସ ହେଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

Fri Aug 19 , 2022
ନ୍ୟୁୟର୍କ: ଗୋଟାଏ ମାସରେ ଦ୍ବିତୀୟ ଥର ପାଇଁ ଭଙ୍ଗାଯାଇଛି ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂୂର୍ତ୍ତି। ଅବଶ୍ୟ ଏହି ଘଟଣାଟି ଆମ ଦେଶରେ ନୁହେଁ, ଆମେରିକାରେ ଘଟିଛି। ନ୍ୟୁୟର୍କରେ ଏକ ମନ୍ଦିର ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହା ଘଟିଛି ଅଗଷ୍ଟ ୧୬ ତାରିଖ ସକାଳେ। ଏହିଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଲଗାତାର ଆକ୍ରମଣ ହେଉଥିବା ସୂଚନା ରହିଛି। ପୂର୍ବରୁ ବି ଦୁଇ ସପ୍ତାହ […]
ଧ୍ବଂସ ହେଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial