ନ୍ୟୁୟର୍କରେ ଧ୍ବଂସ ହେଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ଧ୍ବଂସ ହେଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ନ୍ୟୁୟର୍କ: ଗୋଟାଏ ମାସରେ ଦ୍ବିତୀୟ ଥର ପାଇଁ ଭଙ୍ଗାଯାଇଛି ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂୂର୍ତ୍ତି। ଅବଶ୍ୟ ଏହି ଘଟଣାଟି ଆମ ଦେଶରେ ନୁହେଁ, ଆମେରିକାରେ ଘଟିଛି। ନ୍ୟୁୟର୍କରେ ଏକ ମନ୍ଦିର ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହା ଘଟିଛି ଅଗଷ୍ଟ ୧୬ ତାରିଖ ସକାଳେ। ଏହିଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଲଗାତାର ଆକ୍ରମଣ ହେଉଥିବା ସୂଚନା ରହିଛି। ପୂର୍ବରୁ ବି ଦୁଇ ସପ୍ତାହ ତଳେ ଗାନ୍ଧୀଙ୍କର ଏହି ପ୍ରତିମୂର୍ତ୍ତି ଉପରେ ଆକ୍ରମଣ କରାଯାଇ ତାକୁ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା।
ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୁଲିସ୍‌ ଏହି ଘଟଣାର ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି କି ଶ୍ରୀତୁଳସୀ ମନ୍ଦିର ନିକଟରେ ଥିବା ଗାନ୍ଧୀଙ୍କର ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗିବାକୁ ୬ ଜଣ ଲୋକ ଆସିଥିଲେ। ସେମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭା‌ଙ୍ଗି ରାସ୍ତାରେ ଗଡ଼ାଇ ଦେଇଥିବା ବେଳେ ସେଠାରେ ବହୁ ଘୃଣ୍ୟ ଶବ୍ଦ ସବୁ ଲେଖି ଦେଇ ଯାଇଛନ୍ତି। ପୂର୍ବରୁ ଅଗଷ୍ଟ ୩ ତାରିଖରେ ଏପରି ଘଟିଥିବା ବେଳେ ପୁଣି ଥରେ ଅଗଷ୍ଟ ୧୬ ତାରିଖରେ ସମାନ ଘଟଣା ଘଟିଥିବା ରେକର୍ଡ ହୋଇଛି। ପୁଲିସ୍‌ ଭିଡିଓ ଯାଞ୍ଚ୍‌ କରି ଆହୁରି ବି ଜାଣିବାକୁ ପାଇଛି ଯେ ‌ଏହି କାମରେ ସଂପୃକ୍ତ ଥିବା ୬ ଜଣଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ପ୍ରଥମ ଥର କିଛି ଗୁଣ୍ଡା ଚେଷ୍ଟା କରି ବି ପ୍ରତିମୂର୍ତ୍ତିଟିକୁ ପୂରା ଭାଙ୍ଗି ପାରି ନଥିଲେ। ଏଥର କିନ୍ତୁ ସଂପୂର୍ଣ୍ଣ ଧ୍ବଂସ ହୋଇ ଯାଇଥିବା ସୂଚନା ରହିଛି।

Share Now:

Kalinga News Beuro

Next Post

ସ୍କୁଲ ଉପରେ ବଜ୍ରପାତ : ୭ ଛାତ୍ରଛାତ୍ରୀ ଗୁରୁତର, ପୋଡ଼ିଲା ବିଦ୍ୟୁତ୍‌ ବଲ୍‌ବ, ଫାଟିଲା ଚଟାଣ

Fri Aug 19 , 2022
ଦେବଗଡ଼/ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ଦେବଗଡ଼ ଜିଲ୍ଲା ତିଲେଇବଣି ଅଞ୍ଚଳରେ ଏକ ସ୍କୁଲରେ ପାଠପଢ଼ା ଚାଲିଥିବା ‌ବେଳେ ବଜ୍ରପାତ ହେବାରୁ ୭ ଜଣ ପିଲା ଆହତ ହୋଇଛନ୍ତି। ଗୁରୁତର ପିଲାମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିଲେଇବଣି ବ୍ଲକ ଅନ୍ତର୍ଗତ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତ ହେବାରୁ ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର […]
ସ୍କୁଲ ଉପରେ ବଜ୍ରପାତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial