ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ନୂଆ ରେକର୍ଡ: ୭କୋଟି ଭୋଟ ପାଇଥିବା ପ୍ରଥମ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଜୋ ବାଇଡେନ

ଜୋ ବାଇଡେନ

ୱାଶିଂଗଟନ: ଆମେରିକାରେ କିଏ କରିବ ଶାସନ? କାହାକୁ ମିଳିବ ରାଷ୍ଟ୍ରପତି ପଦ? ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଏକ ନୂଆ ରେକର୍ଡ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ୭କୋଟି ଭୋଟ ମିଳିଛି। ଏହା ପୂର୍ବରୁ କାହାକୁ ୭କୋଟି ଭୋଟ ମିଳିନଥିଲା। ୭କୋଟି ଭୋଟ ପାଇ ‌‌ସେ ପୂର୍ବ ରାଷ୍ଟ୍ରପତି ବରାକ୍ ଓବାମାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଓବାମା ୬୯,୪୯୮,୫୧୬‌ ଭୋଟ ପାଇ ରେକର୍ଡ କରିଥିବା ବେଳେ ଏବେ ତାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ଜୋ ବାଇଡେନ୍। ଅନ୍ୟ ପକ୍ଷରେ ଏ ପର୍ଯ୍ୟନ୍ତ ରିପବ୍ଳିକାନ୍‌ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଙ୍କୁ ୬.୮କୋଟି ଭୋଟ ମିଳିଥିବା ଜଣା ପଡ଼ିଛି। ତେବେ ଜୋ ବାଇଡେନ୍ ଏବେ ଆଗରେ ଥିବା ବେ‌ଳେ ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଡୋନାଲ୍ଡ ଟ୍ରମ୍ପ। ୱିସକିନସନ୍ ରେ ପୁଣି ଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ପ୍ରଥମେ ସେ ଆଗରେ ଚାଲିଥିଲେ। କିନ୍ତୁ ଅଚାନକ ଜୋ ବାଇଡେନ ଆଗକୁ ଆସିଯାଇଛନ୍ତି। ତାଙ୍କ ସପକ୍ଷରେ ଚାଲି ଯାଇଛି ଫଳାଫଳ। ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ସମସ୍ତେ ଏକାଠି ହୋଇ ତାଙ୍କୁ ହରାଇବାକୁ ଉଦ୍ୟମ କରିଛନ୍ତିା ଏହାରି ଭିତରେ ଟ୍ରମ୍ପଙ୍କ ଦଳ ମଧ୍ୟ ଭୋଟିଂ ଅବଧି ସରିବା ପରେ ବେଆଇନ ଭାବେ ମତଦାନ ଜାରି ରହିଥିବା ନେଇ ଗତକାଲି ଅଭିଯୋଗ ଆଣିଥିଲା। ଟ୍ରମ୍ଫ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥବାରୁ ଚୂଡାନ୍ତ ନିଷ୍ପତି ନେବେ କୋର୍ଟ, ତା’ପରେ ଆସିବ ଫଳାଫଳ।

Share Now:

Kalinga News Beuro

Next Post

ଗୌରୀକୁଣ୍ଡର ପବିତ୍ରତା ଫେରିବ କେବେ ? ପଡ଼ି ରହିଛି ୧.୧୦ କୋଟି ଟଙ୍କା

Fri Nov 6 , 2020
ଭୁବନେଶ୍ୱର: କେଦାରଗୌରୀ ମନ୍ଦିର ପରିସରସ୍ଥ ପ୍ରାଚୀନ ଚାରିଟି କୁଣ୍ଡର ହୃତ ପବିତ୍ରତା ଫେରାଇ ଆଣିବାକୁ ପର୍ଯ୍ୟଟନ ବିଭାଗ ୧ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କଲା। ଅନୁଦାନକୁ ନେଇ କୁଣ୍ଡର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା। ମାତ୍ର ଅଧାରୁ କାମ ବନ୍ଦ ହୋଇଗଲା। ଫଳରେ ପର୍ଯ୍ୟଟନ ବିଭାଗର ଅନୁଦାନ ଅର୍ଥ ପଡ଼ି ରହିଥିବାବେଳେ ଉକ୍ତ ଚାରି କୁଣ୍ଡର ପବିତ୍ରତା ଫେରିବା ବିଳମ୍ବିତ ହେଉଛି। ତେଣୁ ଦେବାଦେବୀଙ୍କ ସ୍ନାନାଦି କାର୍ଯ୍ୟରେ […]
ଗୌରୀକୁଣ୍ଡର ପବିତ୍ରତା ଫେରିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial