ଆମେରିକା-ତାଲିବାନ ମଧ୍ୟରେ ବନ୍ଦୀ ଅଦଳବଦଳ

ଆମେରିକା-ତାଲିବାନ ମଧ୍ୟରେ ବନ୍ଦୀ ଅଦଳବଦଳ

କାବୁଲ : ଆମେରିକା ଓ ତାଲିବାନ ମଧ୍ୟରେ ସୋମବାର ସକାଳେ ବନ୍ଦୀ ଅଦଳବଦଳ କରାଯାଇଛି। ପ୍ରାୟ ୨୦ ବର୍ଷ ଧରି ଆମେରିକାର ଗୁଆଣ୍ଚାନାମୋରେ ବନ୍ଦୀ ଥିବା ତାଲିବାନ ନେତା ହାଜି ବସିର ନୁରଜାଇଙ୍କୁ ଆମେରିକା ମୁକ୍ତ କରିବା ପରେ ସେ କାବୁଲରେ ପହଞ୍ଚିଛନ୍ତି। ଏହାର ପ୍ରତିବଦଳରେ ତାଲିବାନ ପାଖରେ ବନ୍ଦୀ ଥିବା ଆମେରିକୀୟ ଇଂଜିନିୟର ମାର୍କ ଫ୍ରେରିକ୍ସଙ୍କୁ ତାଲିବାନ ମୁକ୍ତ କରିଛି। ଏହି ବନ୍ଦୀ ଅଦଳବଦଳ ସଂପର୍କରେ ତାଲିବାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ସୋମବାରଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ହାଜି ବସିରଙ୍କୁ ମୁକ୍ତ କରାଯିବା ବିଷୟରେ ଆଜି ତାଲିବାନର ଜଣେ ମୁଖପାତ୍ର ଅହମଦୁଲ୍ଲା ମୁତାକି ଟୁଇଟ କରି ଘୋଷଣା କରିଛନ୍ତି। ପ୍ରାୟ ୨୦ ବର୍ଷ ତଳେ ଆମେରିକାକୁ ପ୍ରାୟ ୫୦ ନିୟୁତ ଡଲାର ମୂଲ୍ୟର ନିଶାଦ୍ରବ୍ୟ ଚୋରାଚାଲାଣ କରିଥିବା ଅଭିଯୋଗରେ ହାଜି ବସିରଙ୍କୁ ଗିରଫ କରିଥିଲା। ପରେ ତାଙ୍କ ଓକିଲ କହିଥିଲେ ଯେ ହାଜି ଜଣେ ଡ୍ରଗ ଡିଲର ନୁହନ୍ତି। ଆମେରିକୀୟ ଅଧିକାରୀମାନେ ଭୁଲରେ ତାଙ୍କୁ ଡ୍ରଗ ଡିଲର ଭାବି ଗିରଫ କରିଥିବା ପରେ ସ୍ବୀକାର କରିଥିଲେ। ଏଣୁ ତାଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରାଯାଉ। ଅନ୍ୟପକ୍ଷରେ ଆମେରିକୀୟ ନୌସେନାର ଇଂଜିନିୟର ମାର୍କ ଫ୍ରେରିକ୍ସ ପ୍ରାୟ ୧୦ ବର୍ଷ ଧରି ଆଫଗାନିସ୍ତାନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜଡ଼ିତ ଥିଲେ। ତାଙ୍କୁ ୨୦୨୦ ଫେବୃଆରୀରେ ତାଲିବାନ ଅପହରଣ କରିନେଇଥିଲା।

Share Now:

Kalinga News Beuro

Next Post

ଅଶ୍ଲୀଳ ଗୀତ ଗାଇଥିବା ଶଙ୍କରଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଦାବିପତ୍ର ପ୍ରଦାନ

Mon Sep 19 , 2022
ମାଲକାନଗିରି: ଗତ କିଛି ଦିନ ପୂର୍ବରୁ ଶଙ୍କର ଓମ ସରଣମ ନାମକ ଜଣେ ବ୍ୟକ୍ତି ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କୁ ନେଇ ଗାଇଥିବା ଗୀତ ବିରୁଦ୍ଧରେ ଏସପିଙ୍କ ଜରିଆରେ ଡିଜିଙ୍କୁ ଦାବିପତ୍ର ଦେଲେ ମାଲକାନଗିରି ଜିଲ୍ଲାର ବଡ ଦିଦି ସଙ୍ଘଠନର କର୍ମୀ ଓ ଆନ୍ତର୍ଜାତିକ ମାନବାଧିକାର କାମିସନର ସଭାପତି ନିରଞ୍ଜନ ମଲ୍ଲ।ଭାରତ ଭଳି ଦେଶରେ ଝିଅ ମାନଙ୍କ ସୁରକ୍ଷା ପାଇଁ ଅନେକ ନିୟମ ଓ ଆଇନ ପ୍ରସ୍ତୁତ କରାଯାଉଛି। ତେବେ […]
ଶଂକରଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଦାବିପତ୍ର ପ୍ରଦାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial