କେରଳ ରାଜ୍ୟପାଳଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା

ତିରୁଅନନ୍ତପୁରମ୍ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ କୁ ବୃଦ୍ଧି କରିଛି। ରାଜଭବନ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟରେ କେରଳ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କହିଛି ଯେ ସିଆରପିଏଫ୍ ଯବାନଙ୍କୁ ନେଇ ଜେଡ୍ ପ୍ଲସ୍ ସୁରକ୍ଷା ରାଜ୍ୟପାଳ ଏବଂ ରାଜଭବନକୁ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେରଳ ରାଜଭବନକୁ ଜଣାଇଛି ଯେ ରାଜ୍ୟପାଳ ଏବଂ ରାଜଭବନର ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ ବର୍ଗକୁ ବୃଦ୍ଧି କରାଯାଇଛି।
ସୂଚନା ଅନୁଯାୟୀ, ଶନିବାର ରାଜ୍ୟପାଳ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କୋଟ୍ଟାରକାରା ଯାଉଥିଲେ। ତାଙ୍କ ଗାଡ଼ି କୋଲ୍ଲାମର ନୀଳମେଲରେ ପହଞ୍ଚିବା ପରେ ସିପିଆଇ(ଏମ୍) ଛାତ୍ର ସଂଗଠନ ଏସ୍ ଏଫ୍ ଆଇର କର୍ମକର୍ତ୍ତାମାନେ ତାଙ୍କୁ କଳା ପତାକା ଦେଖାଇ ପ୍ରତିବାଦ କରିଥିଲେ। ଏହା ଦେଖି ରାଜ୍ୟପାଳ ରାଗିଯାଇ ଡ୍ରାଇଭରଙ୍କୁ କାର୍ ଅଟକାଇ ରାସ୍ତା କଡ଼ରେ ବସିଥିଲେ। ରାଜ୍ୟପାଳ ପୁଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇବା ସହ ଅନେକ ଅଭିଯୋଗ ଆଣିଥିଲେ। ସେଠାରେ ଦୁଇ ଘଣ୍ଟାରୁ ଅଧିକ ସମୟ ବସିବା ପରେ ପୁଲିସ ତାଙ୍କୁ ବିକ୍ଷୋଭ କରିଥିବା ୧୭ ଜଣ ଏସଏଫଆଇ କର୍ମୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରର ନକଲ ଦେଖାଇଥିଲା। ଏହା ପରେ ସେ ସେଠାରୁ ଚାଲିଯାଇଥିଲେ।

Share Now:

Kalinga News Beuro

Next Post

କୋରାପୁଟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା, ଜଣେ ଗୁରୁତର

Sat Jan 27 , 2024
କୋରାପୁଟ: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ବ୍ରେକ୍ ଫେଲ୍ ହୋଇଛି। କୋରାପୁଟ ସହରରେ ଆଜି ସନ୍ଧ୍ୟାରେ ବସ୍‌ଟି ଭାରସାମ୍ୟ ହରାଇ ସ୍ଥାନୀୟ ବିଜୁ ପାଠାଗାରରେ ପଶିଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କର ପରିଚୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ ଆଜି କୋରାପୁଟ ଜ଼ିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ୨୧୦ ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ବିହାରର ଗୟା ଓ ଉତ୍ତରପ୍ରଦେଶର ବାରଣାସୀ ଯିବାର କାର୍ଯ୍ୟକ୍ରମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial