ବିବାଦର ଅବସାନ: ବାଙ୍ଗାଲୋରରେ ହିଁ ହେବ ଏରୋ ଇଣ୍ଡିଆ ଶୋ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରୀ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୁରୁଠାରେ ହିଁ ଅନ୍ତର୍ଜାତୀୟ ବିମାନ ପ୍ରଦର୍ଶନୀ ଏରୋ ଇଣ୍ଡିଆ ୨୦୧୯ ଅନୁଷ୍ଠିତ ହେବ । ଏ ସଂପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହି ଘୋଷଣା ସହ ଏରୋ ଇଣ୍ଡିଆକୁ ନେଇ ଦେଖାଯାଇଥିବା ବିବାଦର ଅନ୍ତ ହୋଇଛି । ଗତ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏରୋ ଇଣ୍ଡିଆ ଶୋକୁ ଲକ୍ଷ୍ନୌକୁ ସ୍ଥାନାନ୍ତରଣ କରିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଏରୋ ଇଣ୍ଡିଆକୁ ରାଜସ୍ଥାନ, ଓଡ଼ିଶା, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ପରି ରାଜ୍ୟକୁ ଉଠାଇନେବାକୁ ଯୋଜନା କରୁଥିବା ସଂପର୍କରେ ସଂକେତ ଦେଇଥିଲା । ଏହା ପରେ ବିବାଦ ଆହୁରି ବଢିଯାଇଥିଲା । ଏହାକୁ କର୍ଣ୍ଣାଟକର ରାଜନୈତିକ ଦଳମାନେ ବିରୋଧ କଲେ । ଏପରିକି କର୍ଣ୍ଣାଟକର ବିଜେପି ନେତା ୟେଦ୍ୟୁରାପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏରୋ ଇଣ୍ଡିଆକୁ ରାଜ୍ୟ ବାହାରକୁ ନ ନେବା ପାଇଁ ଅନୁରୋଧ କରିଥିଲେ ।

Share Now:

Kalinga News Beuro

Leave a Reply

Next Post

ରାସ୍ତା ଉପରେ ପରୀକ୍ଷା ଦେଲେ ଶତାଧିକ ଛାତ୍ରଛାତ୍ରୀ

Sat Sep 8 , 2018
ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୋରଡ଼ା ବ୍ଲକ୍‌ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ଦଳର ଶତାଧିକ କର୍ମୀ ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସଙ୍କ ନେତୃତ୍ୱରେ ବନ୍ଦରେ ସାମିଲ ହୋଇଥିଲେ। ତେବେ ବନ୍ଦ ପାଳନ ବେଳେ ବିଜେପି କର୍ମୀଙ୍କ ସହ ଏକ ଘରୋଇ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷଙ୍କ ମତାନ୍ତରକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। କଲେଜ ପିଲାଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial