ଦୁଷ୍କର୍ମ ପାଇଁ ଅନେକାଂଶରେ ମୋବାଇଲ ଦାୟୀ : ଗୁଜୁରାଟ ଗୃହମନ୍ତ୍ରୀ

ଦୁଷ୍କର୍ମ ବଢୁଛି

ଅହମ୍ମଦାବାଦ: ଭାରତରେ ମୋବାଇଲରେ ସହଜରେ ପର୍ଣ୍ଣ ଭିଡିଓ ଦେଖିହେଉଛି। ମୋବାଇଲରୁ ମୋବାଇଲ ଏହି ପର୍ଣ୍ଣ ଭିଡିଓ ସବୁ ଘୁରିବୁଲୁଥିବାରୁ ଏହା ଜଣେ ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଉପରେ କୁପ୍ରଭାବ ପକାଉଛି, ଆଉ ଯେଉଁଥିପାଇଁ ଭାରତରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢି ବଢି ଚାଲୁଛି। ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭୀ କିଛି ଏଭଳି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଭାରତରେ ଦୁଷ୍କର୍ମର ମୁଖ୍ୟ କାରଣ ହେଉଛି ମୋବାଇଲରେ ଅଶ୍ଳୀଳ ଭିଡିଓ ସହଜରେ ଉପଲବ୍ଧ ହୋଇଯାଉଛି। ସେହିପରି ଭାରତରେ ଅଧିକାଂଶ ଦୁଷ୍କର୍ମ ପଛରେ ପଡୋଶୀ ତଥା ପରିବାର ସଦସ୍ୟଙ୍କ ପରି ଜଣାଶୁଣା ବ୍ୟକ୍ତିମାନଙ୍କର ପ୍ରାୟତଃ ହାତ ରହିଥାଏ। ହର୍ଷ ସାଙ୍ଗଭୀ କହିଛନ୍ତି ଯେ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ମୋବାଇଲ୍ ଫୋନ୍ ଏବଂ ଜଣାଶୁଣା ବ୍ୟକ୍ତିମାନେ ଭାରତରେ ଦୁଷ୍କର୍ମର ମୁଖ୍ୟ କାରଣ ହୋଇଥାନ୍ତି। ଅଧିକାଂଶ ମାମଲାରେ ପରିବାର ସଦସ୍ୟ ବା ପଡୋଶୀ ଭାବରେ ରହୁଥିବା ବ୍ୟକ୍ତିମାନେ ନାବାଳିକା ବା ସାବାଳିକାଙ୍କୁ ଦୁଷ୍କର୍ମ କରିଥାନ୍ତି। ସେ କହିଛନ୍ତି ଯେ ଦୁଷ୍କର୍ମ ଘଟଣାରେ ଆମେ ସବୁବେଳେ ପୁଲିସକୁ ଦାୟୀ କରିଥାଉ। କିନ୍ତୁ ଏଭଳି ଘଟଣା ସମାଜ ପାଇଁ ଏକ ଦାଗ ସଦୃଶ ହୋଇଥାଏ। ଏଭଳି ଘଟଣା ପାଇଁ ଆମେ କେବଳ ପୁଲିସକୁ ଦାୟୀ କରିପାରିବା ନାହିଁ। ଯେତେବେଳେ ଜଣେ ପିତା ତାଙ୍କ ଛୋଟ ଝିଅକୁ ଦୁଷ୍କର୍ମ କରନ୍ତି, ଏହା ଏକ ବଡ଼ ସାମାଜିକ ସମସ୍ୟା ନୁହେଁ କି? ଯଦି ଜଣେ ପିତା ନିଜ ଝିଅକୁ ଦୁଷ୍କର୍ମ କରୁଛି, ଏହା ପଛରେ ତାଙ୍କର ମୋବାଇଲ୍ ଫୋନ୍ ହିଁ ଥାଏ।

Share Now:

Kalinga News Beuro

Next Post

ନିର୍ବାଚନ ପରେ ପ୍ରତିଶ୍ରୁତି ଭୁଲିଲେ ନେତା

Sat Apr 2 , 2022
ଭୁବନେଶ୍ୱର: ପୌର ନିର୍ବାଚନ ସରିଛି। ନେତାମାନେ ଭୋଟରଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଇଛନ୍ତି। ହାତଯୋଡ଼ି ନତମସ୍ତକ ହୋଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ଭୋଟର୍‌ଙ୍କ ମନରେ ଭରସା ଓ ବିଶ୍ବାସ ଜନ୍ମାଇ ଭୋଟ୍‌ ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। କିଛି ପ୍ରାର୍ଥୀ ଭୋଟର୍‌ଙ୍କ ହୃଦୟ ଜିତି ବିଜୟ ତିଳକ ପିନ୍ଧିଛନ୍ତି ଓ ଆଉ କେତେଜଣ ପରାଜୟ ବରଣ କରିଛନ୍ତି। ଏମିତି ପ୍ରତି ପୌର ନିର୍ବାଚନରେ ଘଟୁଛି। ହେଲେ ବିଜୟ ପରେ […]
ନିର୍ବାଚନ ପରେ ପ୍ରତିଶ୍ରୁତି ଭୁଲି ଯାଉଛନ୍ତି ନେତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial