ଜ୍ଞାନେଶ କୁମାର, ସୁଖବୀର ସିଂ ନୂଆ ନିର୍ବାଚନ ଆୟୁକ୍ତ

ଚୟନ ପ୍ରକ୍ରିୟାକୁ ବିରୋଧ କଲା କଂଗ୍ରେସ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗରେ ଖାଲି ପଡ଼ିଥିବା ୨ ନିର୍ବାଚନ ଆୟୁକ୍ତ ପଦବୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂରଣ କରାଯାଇଛି। ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନୂଆ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ଚୟନ କମିଟି ସେମାନଙ୍କ ନିଯୁକ୍ତିରେ ମୋହର ଲଗାଇଛନ୍ତି। ତେବେ ସେମାନଙ୍କ ନିଯୁକ୍ତି ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କମିଟିର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅସହମତି ପ୍ରକାଶ କରିଛନ୍ତି। ସୁଖବୀର ସିଂ ସାନ୍ଧୁ ପଞ୍ଜାବ କ୍ୟାଡରର ବରିଷ୍ଠ ଅଧିକାରୀ ଥିବାବେଳେ ଜ୍ଞାନେଶ କୁମାର କେରଳ କ୍ୟାଡରର ବରିଷ୍ଠ ଅଧିକାରୀ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଆୟୁକ୍ତ ନିଯୁକ୍ତି ଗଠିତ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ଚୟନ ହୋଇଥିବା ଦୁଇ ନିର୍ବାଚନ ଆୟୁକ୍ତଙ୍କ ସମ୍ପର୍କରେ ସନ୍ଧ୍ୟା ସୁଦ୍ଧା ଅଧିସୂଚନା ସରକାର ଜାରି କରିବେ ବୋଲି କୁହାଯାଉଛି।
ଚୟନ ପ୍ରକ୍ରିୟାକୁ ବିରୋଧ କରି ଅଧୀର ରଞ୍ଜନ କହିଛନ୍ତି କମିଟିରେ ଶାସକ ଦଳର ଅଧିକ ସଦସ୍ୟ ଅଛନ୍ତି। ଫଳରେ ସରକାର ଯାହା ଚାହିଁବେ ତାହା ହେବ। ତେଣୁ ମୁଁ ଏହି ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛି। ଅଧୀର ରଞ୍ଜନ କହିଛନ୍ତି ମୁଁ ଆଇନ ମନ୍ତ୍ରଣାଳୟକୁ ଏହି ପଦବୀ ପୂରଣ ପାଇଁ ସର୍ଟ ଲିଷ୍ଟ କରାଯାଇଥିବା ବ୍ୟକ୍ତି ବିଶେଷଙ୍କ ସୂଚୀ ମାଗିଥିଲି। କିନ୍ତୁ ମତେ ଏହା ମିଳି ନ ଥିଲା। ଏହି ସୂଚୀରେ ୨୧୨ ନାମ ଥିବା ସେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ନାହିଁ ନାହିଁରେ ବିଏମ୍‌ସି ହସ୍ପିଟାଲ : ମେସିନ୍‌ ନାହିଁ କି ଡାକ୍ତର ନାହାନ୍ତି

Thu Mar 14 , 2024
ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ କୌଣସି ଗୁଣରେ ଅଧିକ ନୁହେଁ ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଥିବା ବହୁ ପୁରାତନ ବିଏମ୍‌ସି ହସ୍ପିଟାଲର ସମସ୍ୟା ପିଛା ଛାଡୁନି। ଗୋଟିଏ ପଟେ ଉପଜିଲ୍ଲା ଡାକ୍ତରଖାନା (ଏସ୍‌ଡିଏଚ୍) ମାନ୍ୟତା ପାଇ ପାରୁନଥିବା ବେଳେ ରୋଗୀସେବା ପାଇଁ ଅନେକ ମେସିନ୍‌ ନାହିଁ କି ଡାକ୍ତର ନାହାନ୍ତି। ସପ୍ତାହକୁ ୬ଦିନ କେବଳ ୯ରୁ ୧୨ଟା ଓଟି(ଅପରେସନ୍‌ ଥିଏଟର) ଚାଲୁଥିବା ବେଳେ ୫ବର୍ଷ ହେଲା ହୃଦ୍‌ରୋଗ ବିଭାଗ ପାଇଁ ତିଆରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial