ହାପୁର ରସାୟନ କାରଖାନା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି : ଘଟଣାସ୍ଥଳରୁ ମିଳିଲା ବାରୁଦ

ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ହାପୁର : ଉତ୍ତରପ୍ରଦେଶର ହାପୁରଠାରେ ହୋଇଥିବା ରସାୟନ କାରଖାନା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାରେ ଅବହେଳା ଅଭିଯୋଗରେ ପୁଲିସ ଦୁଇଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତରୁ କେତେକ ସାଂଘାତିକ ତଥ୍ୟ ସାମନାକୁ ଆସିଛି। ଘଟଣାସ୍ଥଳରୁ କିଛି ପରିମାଣର ବାରୁଦ ମିଳିଥିବା ପୁଲିସ ସୁତ୍ରରୁ ଜଣାପଡ଼ିଛି। ଏହି କାରଖାନାରେ କେତେକ ଖେଳନା ବନ୍ଧୁକ ଉତ୍ପାଦନ କରାଯାଉଥିବାରୁ ଉକ୍ତ ବାରୁଦ ସେସବୁ କାମ ପାଇଁ ଉଦ୍ଦିଷ୍ଟ ଥିବା ସଂଦେହ କରାଯାଉଛି। ତେବେ ଏହି ଘଟଣାପଛରେ ଅନ୍ୟକୌଣସି କାରଣ, ଯେପରିକି ସର୍ଟ ସର୍କିଟ, ରକ୍ଷଣାବେକ୍ଷଣର ଅଭାବ ଆଦି ଉପରେ ମଧ୍ୟ ତଦନ୍ତ କରାଯାଉଛି। ଏହି କାରଖାନାର ମାଲିକ ଦିଲସାଦ ଓ ସେ ୨୦୨୧ରେ ଲାଇସେନ୍ସ ପାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ ଶନିବାରଦିନ ଦିଲ୍ଲୀଠାରୁ ୮୦ କିଲୋମିଟର ଦୂର ହାପୁରଠାରେ ଥିବା ଧଉଲାନା ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କାରଖାନାର ବଏଲରରେ ହଠାତ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ହିଁ ୮ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୧୫ ଜଣ ଆହତ ହୋଇଥିଲେ। ପରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହାର ଶବ୍ଦ ୧୦ କିଲୋମିଟର ଦୂରକୁ ଶୁଣାଯାଇଥିଲା। ଏହାର ପ୍ରଭାବରେ କାରଖାନାର ଛାତ ଉଡ଼ିଯାଇଛି।

Share Now:

Kalinga News Beuro

Next Post

କଟକ ସହରକୁ ଗଡ଼ିବ ଆଉ ୩୦ଟି ‘ମୋ ବସ୍’

Sun Jun 5 , 2022
ଭୁବନେଶ୍ୱର: କଟକବାସୀଙ୍କ ପାଇଁ ଏକ ଖୁସି ଖବର। ଖୁବଶୀଘ୍ର କଟକ ସହରକୁ ଗଡ଼ିବ ୩୦ଟି ‘ମୋ ବସ୍’। ତେବେ ୪ଟି ନୂଆ ରୁଟରେ ଏହି ବସ ଯାତାୟତ କରିବ। ଗତ ୧ ତାରିଖଠାରୁ ରାଜଧାନୀ ଭୁବନେଶ୍ୱରର ‘ମୋ ବସ୍’ ସେବାରେ ୧୦ଟି ଇ-ବସ୍ ଯୋଡ଼ି ହୋଇଥିଲା। ବସଗୁଡ଼ିକ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ୩୦ଟି ରୁଟରେ ଚଳାଚଳ କରିଥିଲା। ତେବେ କଟକ ସହରକୁ ଆଉ ୩୦ଟି ‘ମୋ ବସ୍’ ଯାତାୟତ କରିବା […]
କଟକ ସହରକୁ ଗଡ଼ିବ ଆଉ ୩୦ଟି ‘ମୋ ବସ୍’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial