କଟକ ସହରକୁ ଗଡ଼ିବ ଆଉ ୩୦ଟି ‘ମୋ ବସ୍’

କଟକ ସହରକୁ ଗଡ଼ିବ ଆଉ ୩୦ଟି ‘ମୋ ବସ୍’

ଭୁବନେଶ୍ୱର: କଟକବାସୀଙ୍କ ପାଇଁ ଏକ ଖୁସି ଖବର। ଖୁବଶୀଘ୍ର କଟକ ସହରକୁ ଗଡ଼ିବ ୩୦ଟି ‘ମୋ ବସ୍’। ତେବେ ୪ଟି ନୂଆ ରୁଟରେ ଏହି ବସ ଯାତାୟତ କରିବ। ଗତ ୧ ତାରିଖଠାରୁ ରାଜଧାନୀ ଭୁବନେଶ୍ୱରର ‘ମୋ ବସ୍’ ସେବାରେ ୧୦ଟି ଇ-ବସ୍ ଯୋଡ଼ି ହୋଇଥିଲା। ବସଗୁଡ଼ିକ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ୩୦ଟି ରୁଟରେ ଚଳାଚଳ କରିଥିଲା। ତେବେ କଟକ ସହରକୁ ଆଉ ୩୦ଟି ‘ମୋ ବସ୍’ ଯାତାୟତ କରିବା ସହରବାସୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖୁସି ଖବର। ବିଜୁ ପଟ୍ଟନାୟକ ଛକରୁ ଚାରବାଟିଆ, ବାରବାଟୀ ଷ୍ଟାଡିୟମରୁ ସାଲେପୁର, ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଏସସିବି ମେଡିକାଲ ଓ ଧବଳେଶ୍ୱରରୁ କନ୍ଦରପୁର ପରି ୪ଟି ରୁଟରେ ‘ମୋ ବସ୍’ ଚଳାଚଳ କରିବ। ଆସନ୍ତା ୮ ତାରିଖରୁ ଏହି ସେବା ଆରମ୍ଭ ହେବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଦିନକୁ ଦିନ ‘ମୋ ବସ’ର ଚାହିଦା ବଢ଼ିବାରେ ଲାଗିଛି। ଜନସାଧାରଣ ଆଜିକାଲି ‘ମୋ ବସ’ରେ ଯିବାଆସିବା କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଗତ ମାସ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ୨୨ ଲକ୍ଷରୁ ଅଧିକ ଯାତ୍ରୀ ‘ମୋ ବସ’ରେ ଯାତାୟତ କରିଥିଲେ। ୩୨ଟି ରୁଟରେ ଚଳାଚଳ କରୁଥିବା ୨୨୫ଟି ‘ମୋ ବସ’ରେ ଭୁବନେଶ୍ୱର, କଟକ, କୋଣାର୍କ, ପୁରୀ, ଖୋର୍ଦ୍ଧା ଓ ପିପିଲି ପରି ସହରକୁ ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯିବାଆସିବା କରିଥିବା କ୍ରୁଟ ପକ୍ଷରୁ କୁହାଯାଇଥିଲା।

Share Now:

Kalinga News Beuro

Next Post

ସତରେ ପୁର୍ନଜନ୍ମ ପାଇବ ପୁଣ୍ୟତୋୟା ପ୍ରାଚୀ !

Sun Jun 5 , 2022
ବାଲିପାଟଣା: ପ୍ରାଚୀନ କଳିଙ୍ଗର ବହୁ କୀର୍ତ୍ତିର ଗାଥା ବହନ କରିଥିବା ପୁଣ୍ୟତୋୟା ପ୍ରାଚୀ ନଦୀର ମୃତ୍ୟୁ ହୋଇଯାଇଛି। କର୍ପୂର ଉଡ଼ି ଯାଇଛି, ଜୀର୍ଣ୍ଣଶୀର୍ଣ୍ଣ କପଡ଼ା ପଡ଼ିଛି। ମହାନଦୀରୁ ଉତ୍ପତ୍ତି ଲାଭ କରିଥିବା ଏହି ପବିତ୍ର ନଦୀର ଉତ୍ପତ୍ତିସ୍ଥଳ ବିଲୁପ୍ତ ହୋଇଯାଇଥିବାରୁ ସମ୍ପ୍ରତି ଏହା ମସ୍ତକ ବିହୀନ ହୋଇପଡ଼ିଛି। ଶରୀରର କିଛି ଅଂଶ ସ୍ଥିତି ଜାହିର କରୁଥିବା ବେଳେ ସମୁଦ୍ର ମୁହାଁଣ ବି ବିଲୀନ ହେବାକୁ ବସିଲାଣି। ଦିନେ ଓଡ଼ିଆ ଜାତିର […]
ପୁର୍ନଜନ୍ମ ପାଇବ ପୁଣ୍ୟତୋୟା ପ୍ରାଚୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial