ଓମ୍‌ଫେଡ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ : ପୁରୁଣା ଫର୍ନେସର୍‌ରୁ ତେଲ ବାହାରି ଅଗ୍ନିକାଣ୍ଡ

ଚନ୍ଦ୍ରଶେଖରପୁର: ପୂର୍ବାହ୍ନ ୧୧ଟା ହେବ। ଓମ୍‌ଫେଡ୍‌ ଛକ ଆକାଶରେ ଘୋଟି ଯାଇଥିଲା କଳାଧୂଆଁ। କେହି କିଛି ବୁଝିବା ପୂର୍ବରୁ ଚନ୍ଦ୍ରଶେଖରପୁର, ବିଡିଏ କଲୋନି, ରେଳ ସଦନ, ଗଜପତି ନଗର ପ୍ରଭୃତି ଅଞ୍ଚଳରେ ଧୂଆ ମାଡ଼ି ଯାଇଥିଲା। କଳାଧୂଆଁର ଆସ୍ତରଣ ଦେଖି ଲୋକେ ଭୟଭୀତ ହେବା ସହ କେଉଁଠି ନିଆଁ ଲାଗିଲା ତାହା ଜାଣିବାକୁ ଧାଇଁଥିଲେ। ବୁଝିବାରୁ ଜଣାପଡ଼ିଲା ଯେ ଓମ୍‌ଫେଡ୍‌ ଛକ ନିକଟରେ ଥିବା ପୁରୁଣା ଓମ୍‌ଫେଡ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଛି। ମାସ ମାସ ଧରି ପଡ଼ିରହିଥିବା ଫର୍ନେସର୍‌ରୁ ତେଲ ବାହାରି ନିଆଁ ଲାଗିବାରୁ ଚାରିଆଡ଼େ ଧୂଆଁର ଆସ୍ତରଣ ଖେଳି ଯାଇଥିଲା।
ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ପାଣି ଓ ଫୋମ୍‌ ବ୍ୟବହାର କରି ନିଆଁକୁ ଆୟତ୍ତ କରିଥିଲେ। କର୍ମଚାରୀଙ୍କ କହିବାନୁଯାୟୀ, ବନ୍ଦ ପଡ଼ିଥିବା ଓମ୍‌ଫେଡ୍‌ ପ୍ଲାଣ୍ଟକୁ ଟେଣ୍ଡର ଦିଆଯାଇ ସ୍କାର୍ପିଂ କରାଯାଉଛି। ମାତ୍ର ପ୍ଲାଣ୍ଟ ଭିତରେ ଥିବା ଫର୍ନେସରକୁ ନଷ୍ଟ କରିବା ସମୟରେ ସେଥିରୁ ତେଲ ବାହାରି ଅଗ୍ନିକାଣ୍ଡ ଘଟିଥିଲା। ତେଲରେ ନିଆଁଲାଗି କୁହୁଳିବା ସହ ଧୂଆଁର ଏକ ବଡ଼ ଆସ୍ତରଣ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା।

Share Now:

Kalinga News Beuro

Next Post

ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେବାକୁ ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଆଦେଶ ଦେଲେ ନେତାନ୍ୟାହୁ

Thu Nov 23 , 2023
ତେଲ୍‌ ଆଭିଭ୍‌: ସମଗ୍ର ବିଶ୍ୱରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଦେଶ ଦେଇଛନ୍ତି। ଗୋଟାଏ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ଦେବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଲେ, ଦୁନିଆର ଯେକୌଣସି ସ୍ଥାନରେ ଥିବା ହମାସ୍‌ ମୁଖ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଁ ‘ମାସୋଦ୍‌’କୁ ଆଦେଶ ଦେଇଛି। ସୂଚନାଯୋଗ୍ୟ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial