ବହୁପ୍ରତୀକ୍ଷିତ ଭୁବନେଶ୍ୱର-ଜୟପୁର ବିମାନସେବାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର-ଜୟପୁର ବିମାନସେବା

ଜୟପୁର : ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ବହୁଦିନର ସ୍ୱପ୍ନ ଆଜି ପୂରଣ ହୋଇଛି। ବହୁପ୍ରତୀକ୍ଷିତ ଭୁବନେଶ୍ୱର-ଜୟପୁର ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଉଦ୍‌ଘାଟନ କରିଛନ୍ତି। ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାରର ୯ ସିଟ୍ ବିଶିଷ୍ଟ ବିମାନ ବାହାରି ଜୟପୁର ବିମାନବନ୍ଦରରେ ପହଞ୍ଚିବ। ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫେରନ୍‌ସିଂ ମାଧ୍ୟମରେ ଜୟପୁର ବିମାନବନ୍ଦରରେ ପ୍ରସାରଣ କରାଯାଇଛି। ସୂଚନାଯୋଗ୍ୟ, ଗତ ୨୦ତାରିଖ ଦିନ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦଆଯାଇଥିଲା। ରାଜ୍ୟ ବ ପ୍ରକାଶ କରିଥିଲା। ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଟୁଇଟ୍ କରି ୩୧ତାରିଖରୁ ଭୁବନେଶ୍ୱର –ଜୟପୁରକୁ ବିମାନ ଚଳାଚଳ କରିବାକୁ ସୂଚନା ଦିଆଯାଇଥିଲା।
ଏହା ପରେ କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ୱରରୁ ଜୟପୁର ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ ଏୟାର ସାଇଟ୍ କୁ ଯାଇ ଭୁବନେଶ୍ବରରୁ ଜୟପୁର ଆସିବା ପାଇଁ ଅନଲାଇନ୍ ଟିକେଟ ବି କାଟିଥିବା ସୂଚନା ମିଳିଥିଲା। ଏହା ସାଙ୍ଗକୁ ଇଣ୍ଡିଆୱାନ ଏୟାର ପକ୍ଷରୁ ଅଫର ପ୍ରାଇସ୍ ଭାବେ ୯୯୯ଟଙ୍କା ରଖାଯାଇଛି। ବହୁ ପ୍ରତୀକ୍ଷିତ ଜୟପୁରରୁ ଭୁବନେଶ୍ୱର ବିମାନ ଉଡିବା ସ୍ୱପ୍ନ ଶେଷକୁ ସଫଳ ହୋଇଛି। ଗତ କିଛି ଦିନ ହେବ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଇବା ପାଇଁ ବିଡ୍ ପାଇଥିବା ଇଣ୍ଡିଆ ୱାନ ଏୟାର ପକ୍ଷରୁ ନିୟମିତ ଭାବେ ସବୁ ରକମର ପାଗରେ ଜୟପୁର, ଭୁବନେଶ୍ୱର ଓ ବିଶାଖାପାଟଣା ବିମାନବନ୍ଦରରେ କିଭଳି ବିମାନ ଓହ୍ଲାଇବା, ଉପରକୁ ଉଠିବା ଏବଂ ଉଡାଇବା ଅଭ୍ୟାସ ଉଡାଣ ଜାରି ରଖିଥିଲା। ସାଧାରଣରେ ଏହାକୁ ସ୍ୱାଗତ କରିବା ସହ ସାମାଜିକ ଗଣମାଧ୍ୟମରେ ରାତିରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଥିଲା।

Share Now:

Kalinga News Beuro

Next Post

ଟ୍ରାଫିକ୍‌ ପୋଷ୍ଟ‌ରେ ଚମକିବ କୋଣାର୍କ ସ୍ଥାପତ୍ୟ

Mon Oct 31 , 2022
ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ କୋଣାର୍କ ସ୍ଥାପତ୍ୟ ଚମକିବ। ଏଭଳି ଏକ ଯୋଜନାରେ ମୋହର ମାରିଛନ୍ତି ବିଏସ୍‌ସିଏଲ୍(ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌) ଏମ୍‌ଡି ବଲୱନ୍ତ ସିଂହ। ଏହି ନିଷ୍ପତ୍ତି ହେବା ପରେ ବିଏସ୍‌ସିଏଲ୍‌ ଟେଣ୍ଡର ଡାକିଛି। ପ୍ରଥମ ପର୍ଯ୍ୟାୟରେ ୯ଟି ଟ୍ରାଫିକ୍‌ ପୋଷ୍ଟକୁ ଏଭଳି ନୂଆ ରୂପ ଦିଆଯିବ ବୋଲି ଜଣାପଡ଼ିଛି। ଏହି ତାଲିକାରେ ଏୟାରପୋର୍ଟ ଛକ, ଏଜି, ପିଏମ୍‌ଜି, କଳିଙ୍ଗ ହସ୍‌ପିଟାଲ୍‌, ୟୁରେକା ଛକ(ବେହେରା ସାହି), ପାୱାର […]
ଟ୍ରାଫିକ୍‌ ପୋଷ୍ଟ‌ରେ ଚମକିବ କୋଣାର୍କ ସ୍ଥାପତ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial