ବର୍ଷା‌ରେ ବୁଡ଼ିଲା ସହର ପଦାରେ ପଡ଼ିଲା ସିଏମ୍‌ସି ପଙ୍କ ସଫେଇର ସତ

ବର୍ଷା‌ରେ ବୁଡ଼ିଲା ସହର

କଟକ: ସହରରେ ଆଜି ସଂଧ୍ୟାରେ ହୋଇଥିବା କେଇ ଅସରା ବର୍ଷାରେ ସିଏମ୍‌ସି ଓ ଜାଇକା ପ୍ରକଳ୍ପ ଦାୟିତ୍ବ ନେଇଥିବା ସଂସ୍ଥାର ପଙ୍କୋଦ୍ଧାର ସତ ପଦାକୁ ଆସିଛି। ସିଏମ୍‌ସି ଓ ଜାଇକା କାମ ନେଇଥିବା ଘରୋଇ ସଂସ୍ଥା ପକ୍ଷରୁ ସହରରେ ୯୦ ପ୍ରତିଶତ ପଙ୍କ ସଫେଇ କାମ ‌ଶେଷ ହୋଇଥିବା କୁହାଯାଉଛି। ମାତ୍ର ଆଜିର ବର୍ଷାରେ ସହରର ଅନେକ ସ୍ଥାନରେ ଜଳବନ୍ଦୀର ସମସ୍ୟା ଦେଖାଯିବା ପଙ୍କୋଦ୍ଧାର ପଛର ସତକୁ ପଦାରେ ପକାଇ ଦେଇଛି। ସିଏମ୍‌ସି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ୧୩୦ କିଲୋମିଟର୍‌ ମେଜର୍‌ ସର୍ଫେସ୍‌ ଓ ୫୨୦ କିଲୋମିଟର ସର୍ଫେସ୍‌ ଡ୍ରେନ୍‌ ସଫେଇ ସହ ନିଗମ ଇଂଜିନିୟରିଂ ବିଭାଗ ତରଫରୁ ୨୯ କିଲୋମିଟର ବିଏସ୍‌ଡବ୍ଲୁସି ନାଳର ସଫେଇ କରାଯାଇଥିବା କୁହାଯାଇଛି। ସେହିପରି ଜାଇକା ପକ୍ଷରୁ ୧୮ କିଲୋମିଟରର ଏମ୍‌ଏସ୍‌ଡବ୍ଲୁସି ୧ ଓ ୨ ଡ୍ରେନ୍‌ର ସଫେଇ କରାଯାଇଥିବା ଦାବି କରାଯାଇଛି।
ସିଏମ୍‌ସି ଓ ଜାଇକା ଦାୟିତ୍ବ ନେଇଥିବା ସଂସ୍ଥା ତରଫରୁ ସହରର ଡ୍ରେନ୍‌ ସଫେଇ କରାଯାଇଥିବା ନେଇ ଦାବି କରାଯାଉଥିବା ବେଳେ ଆଜିର ବର୍ଷାରେ ସହରର ବାଦାମବାଡି, ଦୋଳମୁ‌ଣ୍ଡାଇ, ଚାନ୍ଦିନୀଚୌକ, ଗହ୍ମାଡ଼ିଆ, ସୂତାହାଟ, ତୁଳସୀପୁର, ଓଡ଼ିଆବଜାର, ଦେୱାନ୍‌ବଜାର ଆଦି ଅଞ୍ଚଳର ରାସ୍ତାରେ ୧ରୁ ୨ ଫୁଟ୍‌ ଉଚ୍ଚର ପାଣି ଜମିବା ସହ ଲୋକଙ୍କ ଘ‌ରେ ନର୍ଦ୍ଦମା ପାଣି ପଶିଛି। ଆଗକୁ ଅଧିକ ବର୍ଷା ହେବା ନେଇ ପାଣି ବିଭାଗ ପକ୍ଷରୁ ପୂର୍ବ ସୂଚନା ଥିବାରୁ ଏହାକୁ ନେଇ ସହରର ତଳିଆ ଅଞ୍ଚଳ ବାସିନ୍ଦା ଚିନ୍ତାରେ ଅଛନ୍ତି। ଏପରି ସ୍ଥିତିରେ ସିଏମ୍‌ସି ପକ୍ଷରୁ ସବୁ ସ୍ଥାନରେ ପାଣି ପମ୍ପ ବସାଇବାକୁ ସାଧାରଣରେ ଦାବି ହୋଇଛି।

Share Now:

Kalinga News Beuro

Next Post

ଚଳିତ ମାସରୁ ସେବା ଆରମ୍ଭ କରିବ ‘ଆକାଶ ଏୟାର’ : ମିଳିଲା ଲାଇସେନ୍ସ

Thu Jul 7 , 2022
ନୂଆଦିଲ୍ଲୀ : ଭାରତୀୟ ଆକାଶରେ ଆଉ ଏକ ବିମାନ ସେବା କମ୍ପାନି ବା ଏୟାରଲାଇନ୍ସର ବିମାନ ଉଡ଼ିବାକୁ ଯାଉଛି। ଏହାର ନାଁ ହେଉଛି ବିଶିଷ୍ଟ ନିବେଶକ ରାକେଶ ଝୁନଝୁନଓ୍ବାଲାଙ୍କ ‘ଆକାଶ ଏୟାର’। ଏହି ନୂତନ ଏୟାରଲାଇନ୍ସକୁ ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କ ପକ୍ଷରୁ ଏୟାର ଅପରେଟର ଲାଇସେନ୍ସ ପ୍ରଦାନ କରାଯାଇଛି। ଲାଇସେନ୍ସ ପାଇବା ପରେ ‘ଆକାଶ ଏୟାର’ ଦେଶର ୮ମ ଘରୋଇ ବିମାନ ସେବା କମ୍ପାନିରେ ପରିଣତ ହୋଇଛି। […]
ସେବା ଆରମ୍ଭ କରିବ ‘ଆକାଶ ଏୟାର’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial