ପୁଲିସ ଡିଜିଙ୍କ ସ୍ୱାଭିମାନ ଅଞ୍ଚଳକୁ ଦ୍ବିତୀୟ ଗସ୍ତ: ମାଓ ଦମନ ନେଇ ସ୍ଥିତିର ସମୀକ୍ଷା କଲେ

ପୁଲିସ ଡିଜିଙ୍କ ସ୍ୱାଭିମାନ ଅଞ୍ଚଳକୁ ଗସ୍ତ-1

ମାଲକାନଗିରି: ଗତକାଲି ସ୍ୱାଭିମାନ ଅଞ୍ଚଳରେ ଥିବା ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପକୁ ମାଓବାଦୀ ଦମନ ନେଇ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଥିଲେ ଓଡ଼ିଶା ପୁଲିସ ଡିଜି ଅଭୟ। ସେ ଆଇଜି ଅପରେସନ ଅମିତାଭ ଠାକୁର, ଡାଇରେକ୍ଟର ଇଣ୍ଟିଲଜେନସ ଆର. କେ. ଶର୍ମା, ଡିଆଇଜି (ଏସଆଇଡବ୍ଲ୍ୟୁ) ଅନିରୁଦ୍ଧ ସିଂହ, ଏସପି ଋଷିକେଶ ଡି. ଖିଲାରିଙ୍କ ସହ ବୈଠକରେ ଯୋଗ ଦେଇ ମାଓଗଡ଼ରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ।

ହନ୍ତାଳଗୁଡ଼ା ବିଏସଏଫ୍ କ୍ୟାମ୍ପରେ ବୈଠକ ଶେଷ ହେବା ପରେ ଡିଜି ଅଭୟ କହିଛନ୍ତି ଯେ ଏହା ସ୍ୱାଭିମାନ ଅଞ୍ଚଳକୁ ତାଙ୍କର ଦ୍ବିତୀୟ ଗସ୍ତ। ବିଏସଏଫ୍ କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ମନୋବଳ ପୂରା ଦୁର୍ବଳ ହୋଇଯାଇଛି। ତାଙ୍କୁ ଗାଁ ଲୋକେ ସମର୍ଥନ କରୁନାହାନ୍ତି ବୋଲି ପୁଲିସ ଡିଜି ଅଭୟ ପ୍ରକାଶ କରିଛନ୍ତି। ମାଓବାଦୀଙ୍କୁ ଖସିଯିବାରେ ଆଉ ବାଟ ନାହିଁ। ପୁଲିସ ନିକଟରେ ଆତ୍ମସମର୍ପଣ ମାଓବାଦୀମାନଙ୍କର ଶେଷ ରାସ୍ତା ବୋଲି ବି ସେ କହିଛନ୍ତି।

Share Now:

Kalinga News Beuro

Next Post

ନିଆଁ ପୁଉଁଥିବା ବେଳେ ଜଳିଗଲେ ମହିଳା

Tue Dec 15 , 2020
ରାଉରକେଲା: ନିଆଁ ଲାଗି ଜଳି ଯାଇଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲାର ରାୟବୋଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ସାହାଜବାହାଲ ଗାଁର ଅନୁପମା ନାୟକ (୪୩)l ରାୟବୋଗା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ଅନୁପମା ଗାଧୋଇବା ପରେ ଘର ପଛ ପାର୍ଶ୍ଵ ଖଳାରେ ନିଆଁ ପୁଉଁଥିଲେl ହଠାତ […]
ନିଆଁ ପୁଉଁଥିବା ବେଳେ ଜଳିଗଲେ ମହିଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial