ନିଆଁ ପୁଉଁଥିବା ବେଳେ ଜଳିଗଲେ ମହିଳା

ନିଆଁ ପୁଉଁଥିବା ବେଳେ ଜଳିଗଲେ ମହିଳା

ରାଉରକେଲା: ନିଆଁ ଲାଗି ଜଳି ଯାଇଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲାର ରାୟବୋଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ସାହାଜବାହାଲ ଗାଁର ଅନୁପମା ନାୟକ (୪୩)l ରାୟବୋଗା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ଅନୁପମା ଗାଧୋଇବା ପରେ ଘର ପଛ ପାର୍ଶ୍ଵ ଖଳାରେ ନିଆଁ ପୁଉଁଥିଲେl ହଠାତ ନିଆଁ ପିନ୍ଧିଥିବା ଲୁଗାରେ ଲାଗିବାରୁ ମହିଳା ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେl ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୯ଟାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share Now:

Kalinga News Beuro

Next Post

ସାଧାରଣତନ୍ତ୍ର ଦିବସରୁ ବାଦ୍‌ ପଡ଼ିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼

Tue Dec 15 , 2020
ଭୁବନେଶ୍ବର: ଆସନ୍ତା ୨୦୨୧ ସାଧାରଣତନ୍ତ୍ର ଦିବସରୁ ବାଦ୍‌ ପଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଓଡ଼ିଶାର ଡିଜାଇନ୍‌ ଚୟନ କମିଟିକୁ ଆକୃଷ୍ଟ କରିପାରିନାହିଁ। ଚତୁର୍ଥ ପର୍ଯ୍ୟାୟ ବୈଠକରେ ଓଡ଼ିଶାର ମେଢ଼ ସ୍ଥାନ ପାଇନାହିଁ। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଚିଠିରେ ସଂଲଗ୍ନ ତାଲିକାରୁ ଓଡ଼ିଶା ବାଦ୍‌ ପଡ଼ିଥିବା ସୂଚନା ମିଳିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଶାର ଶିଳ୍ପୀମାନଙ୍କଠାରୁ ପ୍ରଜ୍ଞାପନ ମେଢ଼ ମ‌ଡେଲ୍‌ ଆବେଦନ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। […]
ବାଦ୍‌ ପଡ଼ିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial