ମାଲକାନଗିରି ସୀମାନ୍ତରେ ପୁଲିସ-ମାଓବାଦୀ ମୁହାଁମୁହିଁ : ୬ ମାଓବାଦୀ ନିହତ

ମାଲକାନଗିରି ସୀମାନ୍ତରେ ପୁଲିସ – ମାଓବାଦୀ

ମାଲକାନଗିରି: ମାଲକାନଗିରି, ତେଲେଙ୍ଗାନା ଓ ଛତିଶଗଡ଼ ସୀମାନ୍ତରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହାଫଳରେ ୬ ମାଓବାଦୀ ନିହତ ହେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତେଲେଙ୍ଗାନୀ ଗ୍ରେହାଉଣ୍ଡ ଯବାନଙ୍କ ସହ ଗୁଳି ବିନିମୟ କରିଥିଲେ। ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ସୂଚନା ରହିଛି। ଏହାଛଡ଼ା ସେଠାରୁ ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି। ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ଅପରେସନ ଲଞ୍ଚ କରି ଥିଲେ ଯବାନ। କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ବି ଏହି ଅପରେସନରେ ସାମିଲ ହୋଇଛନ୍ତି। ଘଟଣାସ୍ଥଳରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି।

Share Now:

Kalinga News Beuro

Next Post

କାର୍‌ କାଚ ଭାଙ୍ଗି ଲୁଟେରା ନେଇଗଲେ ୧.୭୭ ଲକ୍ଷ

Mon Dec 27 , 2021
ରାଜକନିକା: ରାଜକନିକା ଅଞ୍ଚଳରେ ଆଇନଶୃଙ୍ଖଳା ଦିନକୁ ଦିନ ବିଗିଡ଼ିବାକୁ ବସିଛି। ଦିନକୁ ଦିନ ଲୁଟେରାମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଗାଁ ଗହଳି, ରାସ୍ତାଘାଟ, ଦୋକାନ, ବଜାରରେ ଲୁଟେରାମାନେ ପୁଲିସକୁ ଚକମାଦେଇ ଦିନଦ୍ବିପ୍ରହରରେ ଲୁଟପାଟ କରୁଛନ୍ତି। ଗତକାଲି ଏକ ମହିନ୍ଦ୍ରା କାର୍‌ କାଚ ଭାଙ୍ଗି ୧ ଲକ୍ଷ ୭୭ହଜାର ଟଙ୍କା ଏବଂ ମୋବାଇଲ ଲୁଟ୍ ହୋଇଛି। ଅଭିଯୋଗ ମୁତାବକ, ରାଜକନିକା ଥାନା ଅନ୍ତର୍ଗତ କାଟଣା ସିଙ୍ଗିଡ଼ି ଗ୍ରାମର ହେମନ୍ତ ସାମଲ ମହିନ୍ଦ୍ରା […]
କାର୍‌ କାଚ ଭାଙ୍ଗି ନେଇଗଲେ ୧.୭୭ ଲକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial