ବିଧାନସଭା ଆସନ୍ତାକାଲି ଯାଏଁ ମୁଲତବୀ

ବିଧାନସଭା ମୁଲତବୀ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ୨ୟ ଦିନରେ ମଧ୍ୟରେ ହଟ୍ଟଗୋଳ ଦେଖାଯାଇଛି। ଅପରାହ୍ନ ଅଧିବେଶନ ଆରମ୍ଭ ହେବା ଠାରୁ ବିରୋଧୀ ଦଳର ନେତା ହଟ୍ଟଗୋଳ କରିଥିଲେ। ଗୃହର ମଧ୍ୟ ଭାଗରେ ଆସି ବିଜେପି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ। ଏହା ସହ ବାଚସ୍ପତିଙ୍କ ପୋଡିୟମ୍ ଆଗରେ ପ୍ରବଳ ହଟ୍ଟଗୋଳ କରିବାସହ ନାରାବାଜି କରିଥିଲେ। ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ବିଭାଗର ସରକାରୀ କାଗଜପତ୍ର ଉପସ୍ଥାପନ କରାଯାଇଥିଲା। ଗୃହରେ ଅସ୍ବାଭାବିକ ପରିସ୍ଥିତି ଉପୁଜିିବାରୁ ଗୃହକୁ ଆସନ୍ତାକାଲି ୧୦ ଟା ୩୦ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Share Now:

Kalinga News Beuro

Next Post

ଭାରତର ୭ ରାଜ୍ୟରେ ଉପଲବ୍ଧ ହେବ ବିନା ଛୁଞ୍ଚିର କାଡିଲା ଟିକା

Thu Dec 2 , 2021
ନୂଆଦିଲ୍ଲୀ : ଚଳିତ ମାସରେ ଭାରତରେ ଉପଲବ୍ଧ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଉ ଏକ କରୋନା ଟିକା-ଡାଇକୋଭ-ଡି। ପ୍ରଥମେ ଦେଶର ୭ଟି ରାଜ୍ୟରେ ଏହି ଟିକା ଦିଆଯିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏସବୁ ରାଜ୍ୟ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପରି କରୋନା ପ୍ରଭାବିତ ରାଜ୍ୟ। ବିଶ୍ବର ପ୍ରଥମ ପ୍ଲାସମିଡ୍ ଡିଏନଏ ଟିକା କୁହାଯାଉଥିବା ଏହି ଟିକାକୁ ଭାରତୀୟ ଫାର୍ମା କମ୍ପାନି ଜାଇଡସ୍ କାଡିଲା ପକ୍ଷରୁ ପ୍ରସ୍ତୁତ […]
କାଡିଲା ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial