ଭାରତର ୭ ରାଜ୍ୟରେ ଉପଲବ୍ଧ ହେବ ବିନା ଛୁଞ୍ଚିର କାଡିଲା ଟିକା

କାଡିଲା ଟିକା

ନୂଆଦିଲ୍ଲୀ : ଚଳିତ ମାସରେ ଭାରତରେ ଉପଲବ୍ଧ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଉ ଏକ କରୋନା ଟିକା-ଡାଇକୋଭ-ଡି। ପ୍ରଥମେ ଦେଶର ୭ଟି ରାଜ୍ୟରେ ଏହି ଟିକା ଦିଆଯିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏସବୁ ରାଜ୍ୟ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପରି କରୋନା ପ୍ରଭାବିତ ରାଜ୍ୟ। ବିଶ୍ବର ପ୍ରଥମ ପ୍ଲାସମିଡ୍ ଡିଏନଏ ଟିକା କୁହାଯାଉଥିବା ଏହି ଟିକାକୁ ଭାରତୀୟ ଫାର୍ମା କମ୍ପାନି ଜାଇଡସ୍ କାଡିଲା ପକ୍ଷରୁ ପ୍ରସ୍ତୁତ କରାଯାଉଛି। କମ୍ପାନି ଚଳିତ ମାସରେ ଭାରତ ସରକାରଙ୍କୁ ଟିକା ଯୋଗାଣ ଆରମ୍ଭ କରିବ। ୧ କୋଟି ଡୋଜ୍ ଟିକା ପାଇଁ କେନ୍ଦ୍ର ସରକାର ଏହି କମ୍ପାନିକୁ ଅର୍ଡର ଦେଇଛନ୍ତି। ଡୋଜ ପିଛା ୨୬୫ ଟଙ୍କାରେ ଏହି ଟିକାକୁ ସରକାର କିଣିବେ। ଏହା ସହିତ ଏହି ଟିକାଦାନ ବେଳେ ଆବଶ୍ୟକ ହେଉଥିବା ଛୁଞ୍ଚି ବିହୀନ ଆପ୍ଲିକେଟରକୁ ୯୩ ଟଙ୍କାରେ କିଣିବେ ସରକାର। ଜାଇକୋଭ-ଡି ବିଶ୍ବର ପ୍ରଥମ ଟିକା ଯାହାକି ବିନା ଛୁଞ୍ଚିରେ ଦିଆଯାଏ। ଫାର୍ମାଜେଟ୍ ନାମକ ଛୁଞ୍ଚିବିହୀନ ଆପ୍ଲିକେଟର ବ୍ୟବହାର କରି ଏହାକୁ ଦିଆଯାଇଥାଏ। ଫଳରେ ଇଂଜେକ୍ସନ ନିଆଯିବାବେଳେ ଦେଖାଯାଉଥିବା କେତେକ ପ୍ରକାରର ପାର୍ଶ୍ବପ୍ରତିକ୍ରିୟାର ଆଶଙ୍କା ରହେ ନାହିଁ। ପୁଣି ଏହି ଟିକା ନେବାବେଳେ ଯନ୍ତ୍ରଣା ହୁଏ ନାହିଁ। ଏହି ଏହି ଟିକା ଅପେକ୍ଷାକୃତ ଅଧିକ ନିରାପଦ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଭାରତୀୟ ଜଳବାୟୁକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ୨ରୁ ୮ ଡିଗ୍ରୀ ସେଲସିୟସରେ ସୁରକ୍ଷିତ ଭାବେ ରଖାଯାଇପାରିବ।

Share Now:

Kalinga News Beuro

Next Post

ରେଭେନ୍ସା କାଠଯୋଡ଼ି ହଷ୍ଟେଲରେ ନିମ୍ନମାନର ଖାଦ୍ୟ : ବିଦା ହେଲେ ମେସ୍‌ ଦାୟିତ୍ବରେ ଥିବା କର୍ମଚାରୀ

Thu Dec 2 , 2021
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କାଠଯୋଡ଼ି ଛାତ୍ରୀ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଖାଦ୍ୟରୁ ପୋକ ବାହାରିବାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି। ଖାଦ୍ୟରେ ଦିଆଯାଉଥିବା ପରିବା ତରକାରୀ ଓ ଦହିବୁନ୍ଦିରେ ‌ପୋକ ବାହାରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ହଷ୍ଟେଲର ମେସ୍‌ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ବାହାର କରାଯିବା ସହିତ ଆସନ୍ତା ୩ ତାରିଖରୁ ଅନ୍ତେବାସୀଙ୍କ ପାଇଁ ସ୍ବତନ୍ତ୍ର ଭାବେ […]
ହଷ୍ଟେଲ୍ ଖାଦ୍ୟରେ ପୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial