ଭାରତ ପାଇଁ ଆଶ୍ୱାସନା! କୋଭିଡ୍‌-୧୯ରୁ ରକ୍ଷା ପାଇଁ ଏକମାତ୍ର ଉପାୟ, ସାମାଜିକ ଦୂରତ୍ୱ ଓ ସଙ୍ଗରୋଧ: ଗବେଷଣାରୁ ପ୍ରମାଣ ପାଇଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଅଦୃଶ୍ୟ କରୋନା ଭାଇରସ୍‌ ଆତଙ୍କର କାରଣ ପାଲଟିବା ସହ ମହାମାରୀର ରୂପ ଧାରଣ କରିଛି। ଏଥିରୁ ବର୍ତ୍ତିବା ପାଇଁ କୌଣସି ପ୍ରକାରର ପ୍ରତିଷେଧକ ଟୀକା ବା ଏଥିରୁ ଆରୋଗ୍ୟ ଲାଭ ପାଇଁ କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ଔଷଧ ଏଯାବତ୍‌ ବାହାରିପାରି ନାହିଁ। ଏଥିରୁ ବର୍ତ୍ତିବା ପାଇଁ କେବଳ ମାତ୍ର ସଚେତନତା ଓ ସତର୍କତା ହିଁ ଏକମାତ୍ର ଉପାୟ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍‌ଓ)। ଏପରିପ୍ରେକ୍ଷୀରେ ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଯଦି ଥରେ କୋଭିଡ୍‌-୧୯ ବ୍ୟାପିବାକୁ ଆରମ୍ଭ କରେ, ତେବେ ଏହା ଯେ କି ପ୍ରକାରର ତାଣ୍ଡବ ରଚିବ ତାହା ସମସ୍ତଙ୍କ ଚିନ୍ତାର ବାହାରେ! ସେଥିପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ରାତିଦିନ ଏକ କରି କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଉପରେ ନିଜର ଗବେଷଣା ଚାଲୁ ରଖିଛି। ନିକଟରେ ଆଇସିଏମ୍‌ଆର ପକ୍ଷରୁ କୋଭିଡ୍‌-୧୯ ଉପରେ ଚାଲିଥିବା ଗବେଷଣାରୁ ଯେଉଁ ତଥ୍ୟ ଜାଣିବାକୁ ମିଳିଛି ତାହା ଉଭୟ ଭାରତ ଓ ଭାରତୀୟମାନଙ୍କ ପାଇଁ ଅନେକ ପରିମାଣରେ ଆଶ୍ୱସ୍ତି ଆଣି ଦେଇଛି। ଦେଶର କୋଭିଡ୍‌-୧୯ ଆକ୍ରାନ୍ତ ସହର ଓ ଅଞ୍ଚଳଗୁଡ଼ିକରେ ଆଇସିଏମ୍‌ଆର ଗବେଷଣା କରି ଜାଣିବାକୁ ପାଇଛି ଯେ କେବଳ ମାତ୍ର ସାମାଜିକ ଦୂରତ୍ୱ (ସୋସିଆଲ ଡିଷ୍ଟାନସିଂ) ଓ ସଙ୍ଗରୋଧ (କ୍ୱାରେଣ୍ଟିନ୍‌) ଦ୍ୱାରା ହିଁ ଭାରତବାସୀ ଏହି ଅଦୃଶ୍ୟ କୋଭିଡ୍‌-୧୯ ଶତ୍ରୁ କବଳରୁ ନିଜକୁ ଓ ନିଜ ପରିବାରକୁ ରକ୍ଷା କରି ପାରିବେ।
ଦେଶର କୋଭିଡ୍‌-୧୯ ଆକ୍ରାନ୍ତ ସହର ଓ ଅଞ୍ଚଳଗୁଡ଼ିକରେ ସାଧାରଣ ଜନତା କେବଳ ମାତ୍ର କଠୋର ଭାବେ ସାମାଜିକ ଦୂରତ୍ୱ ଓ ସଙ୍ଗରୋଧ ପାଳନ କରି ଏହାର ସଂକ୍ରମଣକୁ ଶତକଡ଼ା ୬୨ ପ୍ରତିଶତକୁ କମାଇ ଦେବାରେ ସମର୍ଥ ହୋଇଥିବା ଆଇସିଏମ୍‌ଆର୍‌ ଜାଣିବା ପରେ ଏବେ ଏହି ପନ୍ଥା ଅବଲମ୍ବନ କରିବାକୁ ସମସ୍ତ ଦେଶବାସୀଙ୍କୁ ଆହ୍ଵାନ ଦେଇଛି।

Share Now:

Kalinga News Beuro

Leave a Reply

Next Post

ପରିବା ବଜାରରେ ସାଂଘାତିକ ଅସ୍ଥିରତା : ଶୋଷୁଛନ୍ତି ଖୁଚୁରା ବେପାରୀ

Wed Mar 25 , 2020
ପାଇକାରୀ ଦର କଥା ବୁଝୁଛି କିଏ? ଘଡ଼ି ଘଡ଼ି‌କେ ବଦଳୁଛି ଦର ଖଣ୍ଡଗିରି : ତାଲା ବନ୍ଦ ଯୋଗୁଁ ଖୁଚୁରା ପରିବା ବେପାରୀଙ୍କୁ ମଉକା ମିଳିଛି। ମନଇଚ୍ଛା ଦର କରୁଛନ୍ତି। ଘଡ଼ି ଘଡ଼ିକେ ଦର ନିର୍ଦ୍ଧାରଣ ହେଉଛି। କହିବାକୁ କେହି ନାହିଁ। ଯେମିତି ପାରିଲେ ସେମିତି ଖାଉଟିଙ୍କୁ ଶୋଷିଲେ। ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ଆକାଶପାତାଳ ଫରକ୍‌। ପାଇକାରୀ ଦର ‌କିଏ କେଉଁଠି ନିର୍ଦ୍ଧାରଣ କରୁଛି, ତାହା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial