ନିର୍ବାଚନ ବିଜୟ ଉତ୍ସବ ଓ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିସନ

ନିର୍ବାଚନ ପରେ ବିଜୟ ଉତ୍ସବ ଓ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ ପାଞ୍ଚଟି ରାଜ୍ୟକୁ ଭୋଟ୍ ଗଣତି (ମେ ୨)) ଦିନ କିମ୍ବା ଏହାପରେ କୌଣସି ବିଜୟ ଉତ୍ସବ ଓ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ ବୋଲି ଭାରତର ନିର୍ବାଚନ କମିସନ୍ ଘୋଷଣା କରିଛନ୍ତି। ସମସ୍ତ ବିଜୟ ଉତ୍ସବ ଓ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିସନ୍। ନିର୍ବାଚନ କମିସନଙ୍କ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଜେତା ପ୍ରାର୍ଥୀଙ୍କୁ କିମ୍ବା ତାଙ୍କ ପ୍ରାଧିକୃତ ପ୍ରତିନିଧିଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ନିର୍ବାଚନ ପ୍ରମାଣପତ୍ର ଗ୍ରହଣ କରିବାକୁ ଦୁଇରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ ନାହିଁ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୭ରୁ ଆରମ୍ଭ ହୋଇ ଏପ୍ରିଲ ୧୯ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଧାର୍ଯ୍ୟ କରାଯାଇଥିଲା। ଦେଶରେ ଦିନକରେ ୩ଲକ୍ଷ ୨୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭ରେ ପହଞ୍ଚିଛି। ସେହିପରି ଦିନକରେ ୨ ହଜାର ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୯୭ହଜାର ୮୯୪ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଗତ ୨୪ ଘଣ୍ଟାରେ ୨ଲକ୍ଷ ୫୧ ହଜାର ୮୨୭ଜଣ ସୁସ୍ଥ ହୋଇଛନ୍ତି। ମୋଟରେ ୧କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ଦେଶରେ ୨୮ ଲକ୍ଷ ୮୨ ହଜାର ୨୦୪ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Share Now:

Kalinga News Beuro

Next Post

ସର୍ବସାଧାରଣରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ

Tue Apr 27 , 2021
ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ ସର୍ବ ସମୁଖରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବାର ଖବର ମିଳିଛି। ସୂଚନା ମୁତାବକ ମହିଳା ସରପଞ୍ଚ ରେଣୁବାଳା ପଲେଇଙ୍କୁ କଙ୍କିଳି ଗାଁର ଗୋଟିଏ ପରିବାରର ୫ଝଣ ସଦସ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କଙ୍କିଳି ଗାଁର ଲତାଙ୍ଗୀନ ସାହୁ, ତାଙ୍କ ସ୍ୱାମୀ ରଞ୍ଜନ କୁମାର ସାହୁ ଏବଂ ଦୁଇ ପୁଅ ଓ […]
ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial