କଙ୍ଗନାଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦାବି କଲା ଆପ୍

କଙ୍ଗନା ରାଣାୱତଙ୍କ ବିରୋଧରେ ଏତଲା

ମୁମ୍ବାଇ: ସ୍ବାଧୀନତାକୁ ନେଇ ବୟାନ ଦେବା ମହଙ୍ଗା ପଡ଼ିଲା। ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ମୁମ୍ବାଇ ପୁଲିସକୁ କହିଲା ଆପ। ଏକ ସାକ୍ଷାତକାରରେ କଙ୍ଗନା ରାଣାୱତ ଦେଶକୁ ମିିଳିଥିବା ସ୍ୱାଧୀନତାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, “ବ୍ରିଟିଶମାନେ ଭଲ ଭାବରେ ଜାଣିଥିଲେ ଯେ, ରକ୍ତ ଝରିବ। କିନ୍ତୁ କାହାର ରକ୍ତ ଝରିବ, ତାହା ସେମାନେ ସ୍ଥିର କରିଥିଲେ। ଭାରତୀୟଙ୍କ ରକ୍ତ ବୁହାଇବା ପାଇଁ ସେ ଏଭଳି କିଛି ‌ଲୋକଙ୍କୁ ବାଛିଥିଲେ, ଯେଉଁମାନଙ୍କୁ ଆମେ କଂଗ୍ରେସ ବୋଲି କହୁଛୁ। ୧୯୪୭ରେ ଯାହା ମିଳିଥିଲା ତାହା ଭିକ ଥିଲା। ଆମକୁ ପ୍ରକୃତ ସ୍ବାଧୀନତା ୨୦୧୪ରେ ମିଳିଥିଲା। କଙ୍ଗନାଙ୍କ ଏଭଳି ବୟାନ ପରେ ଆମ୍ ଆଦମୀ ପାର୍ଟିର ଜାତୀୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ପ୍ରୀତି ମେନନ୍ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ବରୁଣ ଗାନ୍ଧୀ କଙ୍ଗନାଙ୍କ ବୟାନକୁ ବିରୋଧ କରି ଟ୍ବିଟ କରିଥିଲେ ଯେ, “କେବେ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ତପସ୍ୟାକୁ ଅପମାନ, କେବେ ତାଙ୍କ ହତ୍ୟାକାରୀକୁ ସମ୍ମାନ ଓ ଏବେ ସହିଦ ମଙ୍ଗଲ ପାଣ୍ଡେଙ୍କଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ତିରସ୍କାର। ଏଭଳି ଚିନ୍ତାଧାରାକୁ ପାଗଳାମୀ କୁହାଯିବ ନା ଦେଶଦ୍ରୋହ।”

Share Now:

Kalinga News Beuro

Next Post

କରୋନା ପାଇଁ ଧବଳେଶ୍ବର ପୀଠରେ ପଞ୍ଚୁକରେ ୧୪୪ ଧାରା ଜାରି

Thu Nov 11 , 2021
ଆଠଗଡ଼: କଟକ ଜିଲ୍ଲା ଆଠଗଡ ପ୍ରଶାସନ ଆରାଧ୍ୟଦେବତା ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରିଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଁଳାନବମୀ ଓ ବଡ଼ଓଷାରେ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯିବାସହ ପଞ୍ଚୁକ ଯାତ୍ରା ପାଇଁ ସମ୍ଭବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ଆସନ୍ତାକାଲି (ଶୁକ୍ରବାର) ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରାତଃ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହା ବଳବତ୍ତର […]
ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial