କରୋନା ପାଇଁ ଧବଳେଶ୍ବର ପୀଠରେ ପଞ୍ଚୁକରେ ୧୪୪ ଧାରା ଜାରି

ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି

ଆଠଗଡ଼: କଟକ ଜିଲ୍ଲା ଆଠଗଡ ପ୍ରଶାସନ ଆରାଧ୍ୟଦେବତା ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରିଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଁଳାନବମୀ ଓ ବଡ଼ଓଷାରେ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯିବାସହ ପଞ୍ଚୁକ ଯାତ୍ରା ପାଇଁ ସମ୍ଭବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ଆସନ୍ତାକାଲି (ଶୁକ୍ରବାର) ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରାତଃ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କେବଳ ସେବାୟତ ମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରିପାରିବେ। ମାତ୍ର ଭକ୍ତଙ୍କୁ ଦର୍ଶନ ନିଷେଧାଦେଶ କରାଯାଇଛି। ଗୁରୁଡିଝାଟିଆ ପୁଲିସ ଆଇନଶୃଙ୍ଖଳା ଦାୟିତ୍ବରେ ରହିବେ। ସୂଚନା ଅନୁଯାୟୀ, ଧବଳେଶ୍ବର ପୀଠରେ ପଞ୍ଚକ ଯାତ୍ରା ପାଇଁ ୧୪୪ ଧାରା ଜାରି। ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ। ଏହା ପୂର୍ବରୁ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାରରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ଅଁଳାନବମୀ ଓ ବଡ଼ଓଷାରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ତେବେ କୋଭିଡ଼ ଯୋଗୁ ଗତବର୍ଷ ମଧ୍ୟ ଧବଳେଶ୍ବର ପୀଠକୁ ଭକ୍ତଙ୍କୁ ବାରଣ କରାଯାଇଥିଲା।

Share Now:

Kalinga News Beuro

Next Post

୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Thu Nov 11 , 2021
ସ୍କୁଲ ଏବେ ବହୁତ ଭଲ ଲାଗୁଛି: ଛାତ୍ରଛାତ୍ରୀ ଭୁବନେଶ୍ବର: ସ୍କୁଲ ରୂପାନ୍ତର ପର୍ବ ଆଜିଠାରୁ ଆରମ୍ଭ ହୋଇଯାଇଛି। ୫-ଟି ସ୍କୁଲ ରୂପାନ୍ତରିଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-4

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial