୪୦ବର୍ଷ ହେବ ହାତ ଟେକି ରହିଛନ୍ତି ସାଧୁ ଅମର ଭାରତୀ

Sadhu up hand - Copy

ନୂଆଦିଲ୍ଲୀ: ଫଟୋରେ ଦେଖିବାକୁ ମିଳୁଥିବା ସାଧୁଙ୍କ ନାମ ଅମର ଭାରତୀ। ଯିଏକି ୧୯୮୩ ମସିହାରେ ଏମିତି ଏକ ନିଷ୍ପତ୍ତି ନେଇଥିଲେ ଯାହାକୁ ଆପଣ କଳ୍ପନା ବି କରି ପାରିବେ ନାହିଁ। ଉମର ଭାରତୀ ୧୯୮୩ ମସିହାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ହାତକୁ ଉପରକୁ ଉଠାଇ ରଖିଛନ୍ତି। ଏହି କାରଣରୁ ତାଙ୍କ ହାତ ଦୁର୍ବଳ ହୋଇପଡ଼ିଛି। ଚର୍ମ ଶୁଖିଯାଇଛି। ଯାହାକି ଆପଣ ଫଟୋ ଜରିଆରେ ଦେଖି ପାରୁଥିବେ। ଏସବୁ ସେ ଭଗବାନଙ୍କ ନିକଟରେ ନିଜକୁ ସମର୍ପି ଦେବା ଲକ୍ଷ୍ୟରେ କରୁଥିବା ଜଣାପଡ଼ିଛି।
ଟୁଇଟରରେ ହିଷ୍ଟୋରିକ ବୈଦିକ ନାମକ ଆକାଉଣ୍ଟ‌ରେ ଅମର ଭାରତୀଙ୍କ ଫଟୋ ସେୟାର କରାଯାଇଛି। ଅମର ଭାରତୀ ଜଣେ ପ୍ରସିଦ୍ଧ ସାଧୁ। ଯିଏକି କୁମ୍ଭ ମେଳାରେ ମହତ୍ୱପୂର୍ଣ୍ଣ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇ ଥାଆନ୍ତି।
୧୯୭୦ ମସିହାରେ ଅମର ଏକ ମଧ୍ୟବିତ୍ତ ପରିବାରେ ବସବାସ କରିବା ସହିତ ଚାକିରି ବି କରୁଥିଲେ। ଘରେ ତାଙ୍କର ସ୍ତ୍ରୀ ଓ ପିଲା ବି ଥିଲେ। ଦିନେ ସେ ସକାଳୁ ଉଠିବା ପରେ ନିଜ ଜୀବନକୁ ଭଗବାନ ଶିବଙ୍କ ନିକଟରେ ସମର୍ପି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ଏହି ନିଷ୍ପତ୍ତିରେ ସେ ଅଟଳ ରହି ଘର ଛାଡ଼ି ସାଧୁ ହୋଇଯାଇଥିଲେ। ୧୯୮୩ ମସିହରାରେ ହାତ ଉପରକୁ ଟେକି ନିଜକୁ ଭଗବାନଙ୍କ ପାଇଁ ସମର୍ପି ଦେଇଛନ୍ତି ଯେ ଆଜି ଯାଏଁ ସେ ସେଭଳି ଅବସ୍ଥାରେ ଜୀବନ କାଟୁଛନ୍ତି।

Share Now:

Kalinga News Beuro

Next Post

କଟକ ପୂର୍ବାଞ୍ଚଳରେ ବିପଦ ଜଳଜଳ : ନା ସୂଚନା ଅଛି ନା ସୁରକ୍ଷା

Thu Jun 1 , 2023
ମହାନଦୀବିହାର: କଟକର ପୂର୍ବାଞ୍ଚଳ ଅପର୍ଣ୍ଣାନଗର, ମହାନଦୀବିହାର, ଗୋପବନ୍ଧୁ ନଗର, ନୀଳାଦ୍ରି ବିହାର ଅଞ୍ଚଳରେ ଜାଇକା ପ୍ରକଳ୍ପରେ ନିୟୋଜିତ ଠିକା ସଂସ୍ଥାର ବେପରୱା କାମ ସମଗ୍ର ଅଞ୍ଚଳକୁ ବିପଦରେ ରଖିଛି। ବର୍ଷ ବର୍ଷ ଧରି କାମ ଚାଲିଥିବା ବେଳେ ଯେଉଁଠି କାମ ସରିଥିବା କୁହାଯାଉଛି, ସେହି ଅଞ୍ଚଳକୁ ବି ଅସୁରକ୍ଷିତ ଢଙ୍ଗରେ ଛାଡି ଦିଆଯାଇଛି। କେଉଁଠି ସତର୍କ ସୂଚନା ନାହିଁ କି ସୁରକ୍ଷା ବ୍ୟବସ୍ଥା ନାହିଁ। ଅପର୍ଣ୍ଣାନଗର ସିଦ୍ଧେଶ୍ୱର ମନ୍ଦିର ଛକରେ […]
ସବୁଠି ବିପଦ ଜଳଜଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial