ଲିଙ୍ଗରାଜ ମନ୍ଦିର‌ରେ ମାଡ଼ିଗଲାଣି ଗଛ : ଦେଖିପାରୁନି ଏଏସ୍ଆଇ

ଲିଙ୍ଗରାଜ ମନ୍ଦିର‌ରେ ମାଡ଼ିଗଲାଣି ଗଛ

ପୁରୁଣା ଭୁବନେଶ୍ବର: ମୁଖ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ପାର୍ଶ୍ବରେ ଥିବା ମା’ ଭୁବନେଶ୍ବରୀ ମନ୍ଦିର, ପାର୍ବତୀ ମନ୍ଦିର, କାଶୀ ବିଶ୍ବନାଥ ମନ୍ଦିର ସମେତ ଅନ୍ୟ ଛୋଟ ବଡ଼ ମନ୍ଦିରରେ ଗଛ ଉଠି ଗଲାଣି। କିନ୍ତୁ ଏଗୁଡ଼ିକୁ ନଷ୍ଟ କରିବା ଦିଗରେ ଏଏସ୍‌ଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସେବାୟତ ଓ ଭକ୍ତ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁଖ୍ୟ ମନ୍ଦିରର ଦଧିନଉତିର ବିଭିନ୍ନ ସ୍ଥାନ ଓ ରାହାପାଗରେ ବର, ଅଶ୍ବତ୍‌ଥ ଭଳି ଗଛ ଉଠିଥିବାରୁ ଏହା ମନ୍ଦିର ପାଇଁ ବିପଦ ସୃଷ୍ଟି କରିବ। ଫାଟ ସୃଷ୍ଟି କରି ମନ୍ଦିରକୁ ଦୁର୍ବଳ କରିବ। ସେହିପରି ରୋଷଶାଳ ଉପରେ ମଧ୍ୟ ଅନାବନା ଗଛ ମାଡ଼ି ଗଲାଣି। ତେଣୁ ଏଏସ୍‌ଆଇ ଏହାକୁ ଶୀଘ୍ର ନଷ୍ଟ କରିବାକୁ ଦାବି ହେଉଛି।

Share Now:

Kalinga News Beuro

Next Post

ସପରିବାର ବସିଥିବା କାର୍‌ରେ ନିଆଁ ଲଗାଇ ଜୀବନ ହାରିଲେ ନାଗପୁର ବ୍ୟବସାୟୀ

Wed Jul 20 , 2022
ନାଗପୁର: ଆର୍ଥିକ ଅନଟନରେ ହନ୍ତସନ୍ତ ହେଉଥିବା ନାଗପୁରର ଜଣେ ବ୍ୟବସାୟୀ ମଙ୍ଗଳବାର ଅପରାହ୍ଣରେ ସପରିବାର ବସିଥିବା କାର୍‌ରେ ନିଆଁ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି। ଜଳନ୍ତା କାର୍‌ରେ ଥିବା ବ୍ୟବସାୟୀଜଣକ ପୋଡ଼ି ହୋଇ ମରିଯାଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ କୌଣସି ମତେ କାର୍‌ରୁ ବାହାରି ଆସିଛନ୍ତି। ଜୀବିତ ‌ଥିଲେ ବି ସେମାନେ ଭୀଷଣ ପୋଡ଼ିଯାଇଛନ୍ତି। ଘଟଣା ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ଜ୍ବଳନ୍ତ କାର୍‌ […]
ନିଆଁ ଲଗାଇ ଜୀବନ ହାରିଲେ ନାଗପୁର ବ୍ୟବସାୟୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial