ଅନ୍ତର୍ଜାତୀୟ ଲୋକକଳା ଓ ଜନଜାତି ଚିତ୍ରକଳା ପ୍ରଦର୍ଶନୀ ଆଜିଠୁ

ରାଜ୍ୟ ସଂଗ୍ରହାଳୟ

୭ ଦେଶର ୩୯ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ ହେବ

ଭୁବନେଶ୍ବର: ରାଜ୍ୟ ସଂଗ୍ରହାଳୟ ପରିସରରେ ଆଜିଠାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଲୋକକଳା ଓ ଜନଜାତି ଚିତ୍ରକଳା ପ୍ରଦର୍ଶନୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଓ ପୂର୍ବାସା ଲୋକକଳା ଓ ଜନଜାତି ସଂଗ୍ରହାଳୟ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଦର୍ଶନୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବାକୁ ଥିବା ଏହି ପ୍ରଦର୍ଶନୀରେ ଭାରତରୁ ୨୪ଜଣ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ସମେତ କୋରିଆରୁ ୬ ଜଣ, ନେପାଳରୁ ୪ ଜଣ, ବାଂଲାଦେଶରୁ ୨ ଜଣ, ଶ୍ରୀଲଙ୍କାରୁ ଜଣେ, ଇଣ୍ଡୋନେସିଆରୁ ଜଣେ ଓ ମିଆଁମାର୍‌ରୁ ଜଣେ ଲେଖାଏଁ ଅଂଶଗ୍ରହଣ କରିବେ। ଭାରତର ୨୪ ଜଣଙ୍କ ମଧ୍ୟରେ ଓଡ଼ିଶାର ୩ ଚିତ୍ରଶିଳ୍ପୀ ସାମିଲ ଅଛନ୍ତି। ପଟ୍ଟଚିତ୍ରକୁ ନେଇ ଚିତ୍ରଶିଳ୍ପୀ ବିଜୟ ପରିଡ଼ା ଓ ସୁଧୀର ମହାରଣା ଏବଂ ସୌରଚିତ୍ରକୁ ନେଇ ଜୁନେଶ୍‌ ଗମାଙ୍ଗ ଏଥିରେ ଅଂଶଗ୍ରହଣ କରିବେ। ଏଥିସହ କାଞ୍ଚି ଅଭିଯାନ, ନବଗୁଞ୍ଜର ଓ ତଅପୋଇ କାହାଣୀ ଆଧାରିତ ଚିତ୍ରକଳା ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ପାଇବ। ସଂଗ୍ରହାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ

Tue Feb 9 , 2021
ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କର ମଙ୍ଗଳବାର ୫୮ ବର୍ଷ ବୟସରେ ପରଲୋକ ହୋଇଛି। ସେ ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ। ‘ରାମ ତୈରୀ ଗଙ୍ଗା ମୈଲୀ’ର ଏହି କଳାକାରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କର ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ପ୍ରଖ୍ୟାତ ଚଳଚ୍ଚିତ୍ର ସମୀକ୍ଷକ ତଥା ବାଣିଜ୍ୟ ବିଶ୍ଳେଷକ କୋମଲ ନହଟା ଟ୍ୱିଟରରେ […]
ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial