ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଆଜି ସକାଳ ୭ଟାରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଓ ମହାନଗର ନିଗର କମିଶନର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇଥିଲେ ୫ଟି ଅଧ୍ୟକ୍ଷ। ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପ ବୁଲି ଦେଖି ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଥିଲେ।
ସୂଚନାଯୋଗ୍ୟ, ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ଉଦଘାଟନ ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଛି, ସେହି କାମ କେତେ ଦୂର ଗଲା ତାହା ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ୫ଟି ଅଧ୍ୟକ୍ଷ।

Share Now:

Kalinga News Beuro

Next Post

୧୦୮ ବର୍ଷ ପରେ ମଣିପୁରରେ ଦେଖା‌ ଦେଲା ରୁଷ୍‌ର ଦୁର୍ଲଭ ପକ୍ଷୀ

Sun Jan 14 , 2024
ଇମ୍ଫାଲ : ଦୀର୍ଘ ୧୦୮ ବର୍ଷ ପରେ ମଣିପୁରର ରାଜଧାନୀ ଉପକଣ୍ଠରେ ଗୋଟାଏ ଦୁର୍ଲଭ ରୁଷୀୟ ପକ୍ଷୀ ଦେଖା ଦେଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ‘ୱାଇଲ୍‌ଡ୍‌ ଏକ୍ସପ୍ଲୋରର୍ସ ମଣିପୁର’ ଓ ‘ଇଣ୍ଡିଆନ୍‌ କଞ୍ଜର୍‌ଭେସନ୍‌ ନେଟ୍‌ୱାର୍କ’କୁ ନେଇ ଗଠିତ ଏକ ଟିମ୍‌ ବୁଧବାର ଦିନ ମଣିପୁରର ଲାମ୍ଫେଲ୍‌ ଦଳାରେ ରୁଷ୍‌ର ବୈକାଲ୍‌ ହ୍ରଦରେ ଦେଖାଯାଉଥିବା ଚୈତି ପକ୍ଷୀ (ଛୋଟ ବତକ ଜାତୀୟ ପକ୍ଷୀ) ଦେଖିଛନ୍ତି।ପୂର୍ବରୁ ୧୯୨୩ ମାର୍ଚ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial