କୋଭିଡ କଟକଣା ଭିତରେ ଖୋଲିଲା ସାବରିମାଲା ମନ୍ଦିର: ଦୈନିକ ମାତ୍ର ୨୫୦ ଭକ୍ତଙ୍କୁ ଦର୍ଶନ ଅନୁମତି

ଖୋଲିଲା ସାବରିମାଲା ମନ୍ଦିର

ତିରୁବନନ୍ତପୁରମ୍‌: କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁଁ ସାତ ମାସ ବନ୍ଦ ରହିବା ପରେ ‘ପାଞ୍ଚଦିନିଆ ମାସିକ ପୂଜା’ ଲାଗି ଶନିବାର ଦିନ କେରଳର ସାବରିମାଲା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପାହାଡ଼ ଉପରେ ଥିବା ଏହି ଧର୍ମସ୍ଥଳୀ ଦର୍ଶନ ପାଇଁ ଇଚ୍ଛୁକ ଭକ୍ତମାନଙ୍କୁ ଫେସ୍‌ ମାସ୍କ୍‌ ପିନ୍ଧିବା ସହ ସାଥୀରେ କୋଭିଡ୍-୧୯ ନେଗେଟିଭ୍ ପ୍ରମାଣପତ୍ର ନେବାକୁ ପଡ଼ିବ। ଦୈନିକ ମନ୍ଦିର ଭିତରକୁ ମାତ୍ର ୨୫୦ ଜଣ ବ୍ୟକ୍ତିଙ୍କୁ ଛଡ଼ାଯିବ। ଏହାଛଡ଼ା, ଉକ୍ତ ବ୍ୟକ୍ତିମାନେ ୧୦ ରୁ ୬୦ ବର୍ଷ ବୟସ ବର୍ଗର ହୋଇଥିବା ଆବଶ୍ୟକ। ଦର୍ଶନ ନିମନ୍ତେ ଆଜି ପ୍ରାୟ ୨୪୬ ଜଣ ବ୍ୟକ୍ତି ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଛନ୍ତି। ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ପ୍ରଭୁ ଆୟାପ୍ପାଙ୍କୁ ସମର୍ପିତ ଏହି ପ୍ରସିଦ୍ଧ ପାର୍ବତ୍ୟ ଧର୍ମପୀଠରେ କଠୋର ନିୟମ ଜାରି କରାଯାଇଛି। ନେଗେଟିଭ୍ ଟେଷ୍ଟ୍‌ ରିପୋର୍ଟ ଆଣି ନ ଥିବା ଦର୍ଶନାର୍ଥୀମାନଙ୍କର ନୀଲକ୍କଲ ବେସ୍‌ କ୍ୟାମ୍ପ୍‌ରେ ‌‘ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟ୍‌’ କରାଯାଉଛି। କୋଭିଡ୍‌-୧୯ ନିୟମ ପାଳନ ସହ ‘ନେୟାଭିଷେକମ୍’ (ଘିଅ ଅଭିଷେକ) ଏବଂ ‘ଅନ୍ନଦାନମ୍’ (ଭୋଜନ ଅର୍ପଣ) ସମେତ ବିଧିବିଧାନ ପାଳନ ନିମନ୍ତେ ସ୍ବତନ୍ତ୍ର ବନ୍ଦୋବସ୍ତ ମଧ୍ୟ କରାଯାଇଛି। ଦର୍ଶନ ଲାଗି ଅନ୍ୟାନ୍ୟ ନିୟମ ମଧ୍ୟରେ ବାଧ୍ୟତାମୂଳକ ଫିଟ୍‌ନେସ୍ ସାର୍ଟିଫିକେଟ୍‌, ଯାହା ଦର୍ଶନ ପାଇଁ ଆସିବାର ୪୮ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରାଯାଇଥିବ। ପମ୍ବା ନଦୀରେ ପାରମ୍ପରିକ ସ୍ନାନ ଏବଂ ‘ସାନ୍ନିଧାନମ’ (ମୁଖ୍ୟ ମନ୍ଦିର ପରିସର) କିମ୍ବା ପମ୍ବା ଓ ନୀଲକ୍କଲ ବେସ୍‌ କ୍ୟାମ୍ପ୍‌ରେ ରାତ୍ରୀ ଯାପନ ଲାଗି ଅନୁମତି ଦିଆ ଯାଉନାହିଁ।

Share Now:

Kalinga News Beuro

Next Post

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sat Oct 17 , 2020
ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କଲେ ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚଉହଦୀରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଏହାପରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ଭୁବନେଶ୍ବର ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ କି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial