ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ

ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କର ମଙ୍ଗଳବାର ୫୮ ବର୍ଷ ବୟସରେ ପରଲୋକ ହୋଇଛି। ସେ ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ। ‘ରାମ ତୈରୀ ଗଙ୍ଗା ମୈଲୀ’ର ଏହି କଳାକାରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କର ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ପ୍ରଖ୍ୟାତ ଚଳଚ୍ଚିତ୍ର ସମୀକ୍ଷକ ତଥା ବାଣିଜ୍ୟ ବିଶ୍ଳେଷକ କୋମଲ ନହଟା ଟ୍ୱିଟରରେ ଶୋକ ପ୍ରକାଶ କରିଛନ୍ତି। ତେବେ ତାଙ୍କ ପରିବାର ପକ୍ଷରୁ ରଣଧୀର କପୁର ତାଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ। ରାଜୀବଙ୍କ ପ୍ରଶଂସକ ଓ ବଲିଉଡ୍‌ କଳାକାରମାନେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ସୋସିଆଲ୍‌ ସାଇଟ୍‌ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ ୧୯୮୩ ମସିହାରେ ‘ଏକ୍‌ ଜାନ୍‌ ହୈ ହମ୍‌’ ଚଳଚ୍ଚିତ୍ରରୁ ନିଜର ବଲିଉଡ୍‌ ଡେବ୍ୟୁ କରିଥିଲେ। ୧୯୮୫ ମସିହାରେ ବାପା ସୋ’ମ୍ୟାନ୍ ରାଜ୍‌ କପୁରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମ ତୈରୀ ଗଙ୍ଗା ମୈଲୀ’‌ରେ ମଧ୍ୟ ସେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏହାବ୍ୟତୀତ ସେ ଆସାମ, ବୟ, ଜବର୍‌ଦସ୍ତ, ହମ୍‌ ତୋ ଚଲେ ପରଦେଶ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଶେଷ ଥର ପାଇଁ ୧୯୯୦ ମସିହାରେ ‘ଜିମ୍ମେଦାର‌’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ତା’ପରେ ସେ ନିର୍ଦ୍ଦେଶନାକୁ ବାଛିଥିଲେ। ସେ ଋଷି କପୁର ଓ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ପ୍ରେମଗ୍ରନ୍ଥ’ର ନିର୍ଦ୍ଦେଶନା ଦେଇଥିଲେ।

Share Now:

Kalinga News Beuro

Next Post

ଗିରଫ ହେଲେ ଅଭିନେତା ଦୀପ୍‌ ସିଦ୍ଧୁ

Tue Feb 9 , 2021
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲି ଅବସରରେ ଲାଲ୍‌ କିଲାରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିନେତା ଦୀପ୍‌ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମଙ୍ଗଳବାର ଦୀପ୍ ସିଦ୍ଧୁଙ୍କୁ ଗିରଫ କରିଛି। ଦୀପ୍‌ ସିଦ୍ଧୁଙ୍କୁ ଧରିବା ପାଇଁ ପୋଲିସ ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ତେବେ ତାଙ୍କୁ କେଉଁଠୁ […]
ଗିରଫ ହେଲେ ଅଭିନେତା ଦୀପ୍‌ ସିଦ୍ଧୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial