ଏମିତି ବି ଆସେ ମୃତ୍ୟୁ : ବସ ଚଳାଉଥିବା ବେଳେ ହୃଦଘାତରେ ହେଲା ଡ୍ରାଇଭରଙ୍କ ମୃତ୍ୟୁ

ବେଳେ ହୃଦଘାତରେ ହେଲା ଡ୍ରାଇଭରଙ୍କ ମୃତ୍ୟୁ

ଲୋକଙ୍କ ଉପରକୁ ମାଡ଼ିଗଲା ବସ, ଦୁର୍ଘଟଣା ଘଟି ୨ ମୃତ, ୭ ଆହତ

ଭୋପାଳ: ମଧ୍ୟପ୍ରଦେଶର ଜବଲପୁରରେ ଏକ ଚଳନ୍ତା ବସର ଡ୍ରାଇଭରଙ୍କର ବସ ଚଳାଉଥିବା ସମୟରେ ହୃଦଘାତରେ ମୃତ୍ୟୁ ହେବା ପରେ ବସ୍‌ଟି ଭାରସାମ୍ୟ ହରାଇ ଲୋକଗହଳି ଭିତରକୁ ପଶି ଯାଇଥିଲା। ପରେ ନିୟନ୍ତ୍ରଣ ହରାଇଥିବା ବସ୍‌ଟି ଅନ୍ୟ ଯାନ ସହିତ ଧକ୍କା ହୋଇଥିଲା। ଯାହା ଫଳରେ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୭ରୁ ଅଧିକ ଲୋକ ଆହତ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣା ଘଟାଇଥିବା ସିଟି ବସ୍‌ଟି ଗୋହାଲପୁର ପୁଲିସ ଷ୍ଟେସନ ଅଞ୍ଚଳ ଦେଇ ଯାଉଥିବା ବେଳେ ଏହା ହଠାତ ନିଜ ରାସ୍ତାରୁ ବିଚ୍ୟୁତ ହୋଇ ଅଟକିବା ପୂର୍ବରୁ ଏକ ମୋଟରସାଇକେଲ ଉପରେ ଚଢ଼ି ଯାଇଥିଲା। ପରେ ବସ୍‌ଟି ଟ୍ରାଫିକରେ ନାଲି ସିଗନାଲରେ ଅଟକି ଥିବା ଗାଡିଗୁଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ, ଏକ ଦୁଇ ଚକିଆ ଯାନକୁ ମଧ୍ୟ ବସଟି ଟାଣି ନେଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଅଧିକାରୀମାନେ ଆହତ ବ୍ୟକ୍ତି ଏବଂ ତାଙ୍କ ସିଟରେ ପଡ଼ିଥିବା ଡ୍ରାଇଭରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ହୃଦଘାତରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ଡାକ୍ତର ପୁଲିସକୁ ସୂଚନା ଦେଇଛନ୍ତି। ବସ୍‌ଟି ରାଣୀତାଲ ଅଭିମୁଖେ ଯାଉଥିଲା।

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ଫୁଟିଲା ବୋମା : ୩ ମୃତ, ୨ ଆହତ

Sat Dec 3 , 2022
କୋଲ୍‌କାତା: ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ଜିଲ୍ଲାସ୍ଥିତ ଜଣେ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ ଘଟି ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଘଟଣାଟି ପୂର୍ବ ମେଦିନୀପୁରର ଭଗବାନପୁର ଅଞ୍ଚଳ ଅନ୍ତର୍ଗତ ନରିୟାବିଲା ଗ୍ରାମରେ ଥିବା ‘ତୃଣମୂଳ କଂଗ୍ରେସ’ ବୁଥ୍‌ ଅଧ୍ୟକ୍ଷଙ୍କ ଘରେ ଘଟିଛି। ବିସ୍ଫୋରଣ ଯୋଗୁଁ ଘର ଭାଙ୍ଗିଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ବିସ୍ଫୋରଣର କିଛି ଘଣ୍ଟା ପୂର୍ବେ ଜିଲ୍ଲାର କୋଣ୍ଟିଆ […]
‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial