ଏଣିକି ଡାକଘରେ ବି କାଟି ପାରିବେ ରେଳ ଟିକେଟ

ଏଣିକି ଡାକଘରେ ବି କାଟି ପାରିବେ ରେଳ ଟିକେଟ

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ରହିଛି। ବର୍ତ୍ତମାନ ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କୁ ରେଳ ଷ୍ଟେସନକୁ ଯିବାକୁ ପଡ଼ିବ ନାହିଁ, ଆପଣ ନିଜ ନିକଟ ଡାକଘରକୁ ଯାଇ ମଧ୍ୟ ଟିକେଟ ବୁକ୍ କରିପାରିବେ। ବାସ୍ତବରେ ଯାତ୍ରୀମାନଙ୍କ ସୁବିଧା ଏବଂ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଡାକଘରରୁ ଟିକେଟ୍ ବୁକିଂ କରିବାର ସୁବିଧା ପ୍ରଦାନ କରିଛି। ଏଥିପାଇଁ ଟିକେଟ୍ ବୁକିଂ ପରିଚାଳନା କରୁଥିବା ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଏକ ନୂତନ ସୁବିଧା ଆରମ୍ଭ କରିଛି। ଏହା ରେଳବାଇର ଆଧୁନିକୀକରଣ ଯୋଜନାର ଏକ ଅଂଶ, ଯେଉଁଥିରେ ଭାରତୀୟ ରେଲୱେ ପୋଷ୍ଟାଲ ଡିପାର୍ଟମେଣ୍ଟର ସହଯୋଗରେ ପୋଷ୍ଟ ଅଫିସରେ ଟ୍ରେନ୍ ଟିକେଟ ମିଳିବାର ସୁବିଧା ଆରମ୍ଭ କରୁଛି। ସୂଚନା ଅନୁଯାୟୀ, ପ୍ରାରମ୍ଭରେ ଉତ୍ତରପ୍ରଦେଶର ପ୍ରାୟ ୯୧୪୭ ଡାକଘରେ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। ଏହି ସୁବିଧା ଦ୍ୱାରା ଲୋକଙ୍କ ଅନେକ ସମୟ ବଞ୍ଚିବ। କାରଣ ସେମାନଙ୍କୁ ଟ୍ରେନ ଟିକେଟ କାଟିବା ପାଇଁ ଏଣିକି ଷ୍ଟେସନ କିମ୍ବା ସେମାନଙ୍କ ଏଜେଣ୍ଟ ପାଖକୁ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଆଇଆରସିଟିସିର ଏହି ନୂତନ ସୁବିଧା ଲଞ୍ଚ କରିଛନ୍ତି। ରେଳବାଇର ଏହି ସେବାରୁ ଗ୍ରାମବାସୀ ଅଧିକ ଲାଭବାନ ହେବେ।

Share Now:

Kalinga News Beuro

Next Post

ଶ୍ରୀମନ୍ଦିରରେ କଟକଣା : ସୋମବାର ଠାରୁ ୩୧ ଯାଏଁ ଭକ୍ତଙ୍କୁ କାଳିଆ ଦର୍ଶନ ମନା

Fri Jan 7 , 2022
ପୁରୀ: ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍‌ ବଢ଼ିଯିବାରୁ କଟକଣା ବଢ଼ିଛି। କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି। ଆସନ୍ତା ଜାନୁଆରି ୧୦ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଜାନୁଆରି ୩୧ ତାରିଖ ଯାଏଁ ଶ୍ରଦ୍ଧାଳୁୁଙ୍କୁ ଶ୍ରୀମନ୍ଦିର ମନା ରହିବ। ସେବାୟତଙ୍କ ପ୍ରସ୍ତାବ କ୍ରମେ ଆଜି ପରିଚାଳନା ଓ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, କରୋନା କଟକଣା […]
ଶ୍ରୀମନ୍ଦିରରେ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial