ପେଙ୍ଗୋଙ୍ଗ ହ୍ରଦରେ ଚୀନ ନିର୍ମାଣ କରୁଥିବା ପୋଲ ବେଆଇନ ଭାବେ ଅଧିକୃତ ଅଞ୍ଚଳରେ ଅବସ୍ଥିତ : ଭାରତ

ଚୀନ ନିର୍ମାଣ କରୁଥିବା ପୋଲ ବେଆଇନ

ନୂଆଦିଲ୍ଲୀ : ବିବାଦୀୟ ପୋଙ୍ଗୋଙ୍ଗ ହ୍ରଦ ଉପରେ ଚୀନ ପକ୍ଷରୁ ୨ୟ ପୋଲ ନିର୍ମାଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଭାରତ। ୧୯୬୦ ଦଶକରେ ଚୀନ ପକ୍ଷରୁ ବେଆଇନ ଭାବେ ଅଧିକାର କରାଯାଇଥିବା ଭାରତୀୟ ଅଞ୍ଚଳରେ ଏସବୁ ନିର୍ମାଣ କରାଯାଉଛି ବୋଲି ଭାରତ କହିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଚୀନ ପେଙ୍ଗୋଙ୍ଗ ହ୍ରଦ ନିକଟରେ ପୂର୍ବରୁ ଥିବା ପୋଲ ନିକଟରେ ଆଉ ଏକ ପୋଲ ନିର୍ମାଣ କରୁଥିବା ସଂପର୍କିତ ରିପୋର୍ଟ ଆମ ନଜରକୁ ଆସିଛି। ଉଭୟ ପୋଲ ୧୯୬୦ ଦଶକରେ ଚୀନ ପକ୍ଷରୁ ବେଆଇନ ଭାବେ ଅଧିକାର କରାଯାଇଥିବା ଭାରତୀୟ ଅଂଚଳରେ ନିର୍ମାଣ କରାଯାଇଛି। ତେବେ ଏହି ସାମରିକ ଦୃଷ୍ଟିକୋଣରୁ ଏହି ପୋଲର କଣ ପ୍ରଭାବ ରହିବ ସେ ସମ୍ପର୍କରେ ସେ କିଛି ମନ୍ତବ୍ୟ ଦେଇପାରିବେ ନାହିଁ। ସେ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ଠିକ ଭାବେ କହିପାରିବ। ସୂଚନାଯୋଗ୍ୟ ଯେ, ଏହି ୨ୟ ପୋଲଟି ପ୍ରଥମଟି ତୁଳନାରେ ବଡ଼ ଓ ଅଧିକ ମଝବୁତ। ଭାରି ଯୁଦ୍ଧ ଯାନ ଯାତାୟାତ ପାଇଁ ଚୀନ ଏହାକୁ ନିର୍ମାଣ କରିଥିବା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଏପରିକି ଏହି ପୋଲ ଦ୍ବାରା ଟ୍ୟାଙ୍କ ମଧ୍ୟ ଯାଇପାରିବ ବୋଲି କୁହାଯାଉଛି। ଗତ ବର୍ଷ ପେଙ୍ଗାଙ୍ଗ ହ୍ରଦରେ ନିଜର ପ୍ରଥମ ପୋଲ ନିର୍ମାଣ କରିବା ପରେ ଚୀନ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଭାରତୀୟ ଅଂଚଳକୁ ଲାଗି ୩ଟି ମୋବାଇଲ ଟାଓ୍ବାର ନିର୍ମାଣ କରିଥିଲା।

Share Now:

Kalinga News Beuro

Next Post

ଅଶୋଭନୀୟ : ଭାଇବୋହୂକୁ ନେଇ ଦେଢ଼ଶୂର ଚମ୍ପଟ

Fri May 20 , 2022
ଭୁବନେଶ୍ୱର : ଭାଇବୋହୂକୁ ନେଇ ଫେରାର୍ ହୋଇଯାଇଛି ଦେଢ଼ଶୂର। ମହିଳାଜଣକ ସାଙ୍ଗରେ ନେଇଯାଇଛନ୍ତି ଅଢ଼େଇବର୍ଷର ପୁଅକୁ। କିନ୍ତୁ ଦେଢ଼ଶୂର ନିଜର ସ୍ତ୍ରୀ ପିଲାମାନଙ୍କୁ ଛାଡ଼ି ଚାଲିଯାଇଛନ୍ତି। ମହିଳାଜଣକ ୪ ବର୍ଷ ପୂର୍ବେ ପ୍ରେମ କରି ବିବାହ କରିଥିବା ବେଳେ ସ୍ବାମୀଙ୍କ ବଡ଼ଭାଇକୁ ପୁଣି ଭଲ ପାଇ ଘର ଛାଡ଼ିଛନ୍ତି। ଏମିତି ଏକ ଅଜବ ଘଟଣାକୁ ନେଇ ଆଜି ଭରତପୁର ଥାନାରେ ଅଭିଯୋଗ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ […]
ଭାଇବୋହୂକୁ ନେଇ ଦେଢ଼ଶୂର ଚମ୍ପଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial