ମହାରାଷ୍ଟ୍ରରୁ ଔରଙ୍ଗଜେବଙ୍କ କବର ଉଠାଇନିଅ : ଶିବସେନା ବିଧାୟକ

ମହାରାଷ୍ଟ୍ରରୁ ଔରଙ୍ଗଜେବଙ୍କ କବର ଉଠାଇନିଅ

ମୁମ୍ବାଇ : ମହାରାଷ୍ଟ୍ରର ଔରଙ୍ଗାବାଦ ସହରକୁ ଛତ୍ରପତି ଶମ୍ଭାଜୀ ନଗରଭାବେ ନାମକରଣ କରାଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏଆଇଏମଆଇଏମ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ଓ ଔରଙ୍ଗାବାଦ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ଏହି ବିକ୍ଷୋଭକୁ ଏକ ଡ୍ରାମାବାଜି ବୋଲି କହିଛନ୍ତି ଶିବସେନା ବିଧାୟକ ସଂଜୟ ସିରସତ।
ସେ କହିଛନ୍ତି ଯେ ଶମ୍ଭାଜୀନଗର ବା ଔରଙ୍ଗାବାଦ ସହରରେ ଥିବା ଔରଙ୍ଗଜେବଙ୍କ କବରକୁ ଅନ୍ୟତ୍ର ଉଠାଇନେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିବେ। ମୋଗଲ ସମ୍ରାଟଙ୍କ ସ୍ମୃତି ପାଇଁ କୌଣସି ଦିନ ପାଳନ କରାଯିବା ଉଚିତ ନୁହେଁ ଏବଂ ତାଙ୍କ କବରକୁ ହଟାଇନିଆଯିବା ଉଚିତ। ଔରଙ୍ଗାବାଦ ସହରର ନାମକରଣକୁ ନେଇ ଏହି ସହରର ଲୋକମାନଙ୍କର କୌଣସି ଆପତ୍ତି ନଥିବାବେଳେ ହାଇଦ୍ରାବାଦର ଏକ ଦଳ ଏଆଇଏମଆଇଏମର କଣ ସମସ୍ୟା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ନାମକରଣକୁ ନେଇ ଯେଉଁମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ତାହା ବିକ୍ଷୋଭ ନଥିଲା ବରଂ ଏକ ବିରିୟାନି ପାର୍ଟି ଥିଲା ବୋଲି ସେ କହିଛନ୍ତି। ଯେଉଁମାନେ ଏହି ନାମକରଣକୁ ନେଇ ସହରର ଶାନ୍ତ ଭଙ୍ଗ କରୁଛନ୍ତି, ସେମାନଙ୍କ ବିରୋଧରେ ସେ ପୁଲିସ କମିସନରଙ୍କୁ ଭେଟିବେ ବୋଲି ସଂଜୟ କହିଛନ୍ତି।

Share Now:

Kalinga News Beuro

Next Post

ମାର୍ଚ୍ଚ ୨୦ପର୍ଯ୍ୟନ୍ତ ତିହାର ଜେଲରେ ରହିବେ ମନୀଷ ସିସୋଦିଆ

Mon Mar 6 , 2023
ନୂଆଦିଲ୍ଲୀ: ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲରେ ରହିବେ। ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଫେବୃଆରୀ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର […]
ମନୀଷ ସିସୋଦିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial