ମାର୍ଚ୍ଚ ୨୦ପର୍ଯ୍ୟନ୍ତ ତିହାର ଜେଲରେ ରହିବେ ମନୀଷ ସିସୋଦିଆ

ମନୀଷ ସିସୋଦିଆ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲରେ ରହିବେ। ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଫେବୃଆରୀ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ।
ଏହା ସହ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଏବେ ପୁଲିସ ହେପାଜତ ଚାହୁଁ ନାହୁଁ। କିନ୍ତୁ ଭବିଷ୍ୟତରେ ଆମେ ଏନେଇ ଦାବି କରିପାରୁ। କାରଣ ଅଭିଯୁକ୍ତଙ୍କ ଆଚରଣ ଠିକ୍ ନାହିଁ। ସାକ୍ଷୀମାନଙ୍କୁ ଭୟଭୀତ କରିବା ଏବଂ ତଦନ୍ତ ପ୍ରକ୍ରିୟାକୁ ରାଜନୈତିକ ରଙ୍ଗ ଦେଉଛନ୍ତି ସିସୋଦିଆ। କୋର୍ଟ ୱାରେଣ୍ଟ ଜାରି କରିବା ପରେ ହିଁ ଆମେ ଚଢ଼ଉ କରିଥିଲୁ। ଏହି ମାମଲାରେ ଯାହା ବି ପଦକ୍ଷେପ ନିଆଯାଇଛି ତାହା କୋର୍ଟଙ୍କୁ ଜଣା ଅଛି। ଚିନ୍ତାର ବିଷୟ ହେଉଛି ଯେ ଏସବୁ ପରେ ବି କାହିଁକି ସିବିଆଇ ବେଆଇନ କାର୍ଯ୍ୟ କରୁଛି ବୋଲି ଦର୍ଶାଯାଉଛି। ସିବିଆଇର ପକ୍ଷ ଶୁଣିବା ପରେ କୋର୍ଟ ସିବିଆଇର ଏହି ଦାବିକୁ ମାନି ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Share Now:

Kalinga News Beuro

Next Post

ଦୁର୍ନୀତି ସଂକ୍ରାନ୍ତରେ ଜେରା କରୁଛି ‘ସିବିଆଇ’ : ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ

Mon Mar 6 , 2023
ପାଟନା: ଆଜି ‘ସିବିଆଇ’ ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ କରିଥିଲେ। ଏଥିସହିତ ତାଙ୍କୁ ‘ଜମି ବଦଳରେ ଚାକିରି’ ଦୁର୍ନୀତି ସଂକ୍ରାନ୍ତରେ ୪ ଘଣ୍ଟା ଧରି ଜେରା ବି କରିଥିଲେ। ଏହି ମାମଲାରେ ସ୍ୱାମୀ ତଥା ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ରାବ୍‌ଡ଼ୀ ଦେବୀ ଅନ୍ୟତମ। ସୂଚନା ଅନୁସାରେ, ସିବିଆଇର ୧୨ଜଣ ସଦସ୍ୟ ଥିବା ଟିମ […]
ସିବିଆଇ ଜେରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial