କୋଭିଡ୍-୧୯: ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇଁ ଭାରତକୁ ୩ ନିୟୁତ ଡଲାର୍ ପ୍ରଦାନ କରିବ ଆମେରିକା

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣର ମୂଳୋତ୍ପାଟନ ନିମନ୍ତେ ଭାରତକୁ ସହଯୋଗ କରିବା ନିମନ୍ତେ ‘ପାର୍ଟନର୍‌ସିପ୍ସ୍ ଫର୍ ଆଫୋର୍ଡାବ୍ଲ୍‌ ହେଲ୍‌ଥ୍‌କେୟାର୍ ଆକ୍‌ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍‌ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି। କୋଭିଡ୍-୧୯ ମୁକାବି‌ଲାରେ ଭାରତକୁ ସାହାଯ୍ୟ କରିବାକୁ ଏ ପର୍ଯ୍ୟନ୍ତ ‘ୟୁଏସ୍ ଏଜେନ୍‌ସି ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ଡେଭେଲପ୍‌ମେଣ୍ଟ୍’ (ୟୁଏସ୍ଏଡ୍) ୫.୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ ମିଲିୟନ୍ ଡଲାର୍ ପ୍ରଦାନ କରିବ ବୋଲି ଏପ୍ରିଲ୍ ୧୬ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଘୋଷଣା କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟର୍ କହିଛନ୍ତି, କୋଭିଡ୍ -୧୯ ବିପକ୍ଷରେ ସଂଗ୍ରାମ କରିବାକୁ ଭାରତ ଚଳାଇଥିବା ଉଦ୍ୟମରେ ଏହି ଅତିରିକ୍ତ ଆର୍ଥିକ ସହାୟତା ହେଉଛି ଦୁଇ ଦେଶ ମଧ୍ୟରେ ଦୃଢ଼ ଓ ଦୀର୍ଘସ୍ଥାୟୀ ସହଭାଗିତାର ଆଉ ଏକ ଉଦାହରଣ। ସେ ଆହୁରି କହିଛନ୍ତି ଯେ ସଂକ୍ରାମକ ରୋଗ ଯେକୌଣସି ସ୍ଥାନରେ ବିପଜ୍ଜନକ ହେଉଥିବାରୁ ଏବଂ ଯେକୌଣସି ସ୍ଥାନ ପାଇଁ ବିପଜ୍ଜନକ ହେଉଥିବା କାରଣରୁ କୋଭିଡ୍-୧୯ ସଂଗ୍ରାମରେ ଜାଗତିକ ଉଦ୍ୟମକୁ ଦାନ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ୟାନ୍ୟ ଦାତାମାନଙ୍କୁ ଆହ୍ୱାନ ଦେଇଛି।

Share Now:

Kalinga News Beuro

Leave a Reply

Next Post

ଭାରତରେ କରୋନାଭାଇରସ୍: ୩୩୦୫୦ ଆକ୍ରାନ୍ତ, ୮୩୨୪ ସୁସ୍ଥ ଓ ୧୦୭୪ ମୃତ

Thu Apr 30 , 2020
ନୂଆଦିଲ୍ଲୀ: ଏପ୍ରିଲ୍ ୩୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୩୦୫୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୩୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୦୭୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial