ଆଫ୍ରିକାରୁ ଆସିଥିବା ଚିତା ‘ଆଶା’ ଗର୍ଭବତୀ : ଭାରତରେ ଚିତାସଂଖ୍ୟା ବୃଦ୍ଧି ଆଶା ଉଜ୍ଜ୍ବଳ

‘ଆଶା’ ଅନ୍ତଃସତ୍ତ୍ବା-1

ଭୋପାଳ: ଆଫ୍ରିକାରୁ ଆସିଥିବା ଚିତା ‘ଆଶା’ ଦେହରେ ଏବେ ଗର୍ଭବତୀ ଥିବାର ସମସ୍ତ ଲକ୍ଷଣ ଦେଖାଯାଉଥିବାରୁ ଭାରତରେ ଚିତାସଂଖ୍ୟା ବୃଦ୍ଧି ହେବାର ଆଶା ଉଜ୍ଜ୍ବଳ ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି। ମଧ୍ୟପ୍ରଦେଶର କୁନ୍ନୋ ଆରମ୍ଭ ହୋଇଥିବା ଚିତା ପ୍ରକଳ୍ପର ଦେଖାଶୁଣା କରୁଥିବା ସରକାରୀ ଅଧିକାରୀମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମକରଣ କରିଥିବା ‘ଆଶା’ ଚିତା ଗର୍ଭବତୀ ଥିବାର ଆଚରଣଗତ, ଶାରୀରିକ ଏବଂ ହର୍ମୋନ୍‌ଗତ ଲକ୍ଷଣ ଦେଖାଯାଉଛି। ଏଥିପାଇଁ ଆମେ ଖୁବ୍‌ ଆନନ୍ଦିତ ହୋଇଥିଲେ ବି, ‘ଆଶା’ ଗର୍ଭବତୀ ବୋଲି ସୁନିଶ୍ଚିତ ହେବାକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ‘ଚିତା କଞ୍ଜର୍‌ଭେସନ୍‌ ଫଣ୍ଡ୍‌’ର (ସିସିଏଫ୍‌) କାର୍ଯ୍ୟନିର୍ବାହୀ ନିର୍ଦେଶକ ଲରି ଡକ୍ଟର୍‌ ମାର୍କର୍‌ କହିଛନ୍ତି, ‘ଆଶା’ ଯଦି ଗର୍ଭବତୀ ହୋଇଥିବ, ଏଇଟା ହେବ ତା’ର ପ୍ରଥମ ସନ୍ତାନ ଜନ୍ମ। ସେ ନାମିବ୍ୟା ଅରଣ୍ୟରୁ ଧରା‌ ହୋଇ ଆସିଛି, ସେଇଠି ସେ ଗର୍ଭବତୀ ହୋଇଥାଇ ପାରେ। ତେଣୁ, ସେ ରହୁଥିବା ଖୁଆଡ଼ରେ ଏବେ ନଡ଼ା ଗାଣ୍ଠିର କୁଡ଼ିଆଟିଏ କରାଯିବା ଉଚିତ। ଯଦି ଆଶା ପେଟରେ ସନ୍ତାନ ଥାଆନ୍ତି, ତାହା ହେବ ନାବିବ୍ୟାରୁ ଆହୁରି ଗୋଟେ ଉପହାର।
ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଭଳି ସୁରକ୍ଷିତ ଅଞ୍ଚଳରେ ଚିତାଛୁଆ ମୃତ୍ୟୁହାର ଅଧିକ ରହୁଥିବାରୁ ‘ପ୍ରୋଜେକ୍ଟ ଚିତା’ ପାଇଁ ଏବେ ଏହା ଚାଲେଞ୍ଜ୍‌ର କାରଣ ହେବ। ସଂଗୃହୀତ ସୂଚନା ଅନୁସାରେ, ଏହି ସବୁ ସ୍ଥାନରେ ଚିତାଛୁଆ ମୃତ୍ୟୁହାର ପ୍ରାୟ ୯୦%। ଜନ୍ମ ବେଳେ ଆଖି ଫିଟି ନ ଥିବା ଅସହାୟ ଚିତାଛୁଆର ଓଜନ ୨୪୦ରୁ ୪୨୫ ଗ୍ରାମ୍‌ ହୋଇଥାଏ। ପ୍ରସବ କରିବାର ଦିନେ ଦୁଇ ଦିନ ପରେ ମାଆ ଚିତା ନିଜ ଆହାର ପାଇଁ ଶିକାର ଖୋଜିବାକୁ ଚାଲିଯାଏ। ଏହି ସମୟ ହିଁ ଚିତାଛୁଆ ପାଇଁ ବିପଜ୍ଜନକ ହୋଇଥାଏ।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଭାରତରେ ‘୫ଜି’ ମୋବାଇଲ୍‌ ସେବା ଶୁଭାରମ୍ଭ

Sat Oct 1 , 2022
ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଷ୍ଠ ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ (ଆଇଏମ୍‌ସି) ଉଦ୍‌ଘାଟନ କରିବା ଅବସରରେ ଭାରତରେ ‘୫ଜି’ (ଫିଫ୍‌ଥ୍‌ ଜେନେରେସନ୍‌) ମୋବାଇଲ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ୨୫ ତାରିଖରେ ଦେଶର ୪ଟି ମେଟ୍ରୋ ସହରରେ ‘ରିଲାଏନ୍‌ସ୍‌ ଜିଓ’ ଏହି ସେବା ଉପଲବ୍ଧ କରାଇବ। କିନ୍ତୁ, ଆଗାମୀ ଦୁଇ ବର୍ଷ ମଧ୍ୟରେ ‘୫ଜି’ ସେବା ସମଗ୍ର ଦେଶରେ ଉପଲବ୍ଧ ହେବ […]
ଭାରତରେ ‘୫ଜି’ ମୋବାଇଲ୍‌ ସେବା ଶୁଭାରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial