ଚିରନ୍ତନ କର୍ତ୍ତବ୍ୟର ସମାହାର ହେଉଛି ସନାତନ ଧର୍ମ, କେବଳ ଜାତିଭେଦକୁ ପ୍ରେତ୍ସାହିତ କରୁଥିବା କହିବା ଭୁଲ : ମାଡ୍ରାସ୍ ହାଇକୋର୍ଟ

ଚିରନ୍ତନ କର୍ତ୍ତବ୍ୟର ସମାହାର ହେଉଛି ସନାତନ ଧର୍ମ

ଚେନ୍ନାଇ: ସନାତନ ଧର୍ମକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଅଦାଲତ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସନାତନ ଧର୍ମ ହେଉଛି ଏକ ଚିରନ୍ତନ କର୍ତ୍ତବ୍ୟ, ଯେଉଁଥିରେ ରହିଛି ଦେଶ ପ୍ରତି କର୍ତ୍ତବ୍ୟ, ରାଜା, ନିଜ ପିତାମାତା ଏବଂ ଗୁରୁ ଏବଂ ଗରିବଙ୍କ ଯତ୍ନ ନେବା ଆଦି କର୍ତ୍ତବ୍ୟ ଅନ୍ତର୍ଭୁକ୍ତ। ଏହା କୌଣସି ଗୋଟିଏ ଧର୍ମଗ୍ରନ୍ଥରୁ ସୃଷ୍ଟି ହୋଇନାହିଁ, ବରଂ ଭିନ୍ନ ଭିନ୍ନ ଉତ୍ସରୁ ଏହା ସୃଷ୍ଟି ହୋଇଛି। ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଏନ୍. ଶେଷଶାୟୀ ସନାତନ ଧର୍ମକୁ ନେଇ ଚାଲିଥିବା ବିତର୍କ ଓ ଚାରିଆଡ଼େ ହୋହଲ୍ଲାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସନାତନ ଧର୍ମ କେବଳ ଜାତିବାଦ ଓ ଅସ୍ପୃଶ୍ୟତାକୁ ପ୍ରୋତ୍ସାହିତ କରେ ବୋଲି ଏକ ଧାରଣା ଜୋର ଧରିଛି, ଯାହାକୁ ସେ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ସମାନ ନାଗରିକ ଅଧିକାର ଥିବା ଦେଶରେ ଅସ୍ପୃଶ୍ୟତାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍ ଶେଷଶାୟୀ କହିଛନ୍ତି। ଯଦିଓ ଏହାକୁ ‘ସନାତନ ଧର୍ମ’ର ସିଦ୍ଧାନ୍ତ ଭିତରେ କେଉଁଠି ଅନୁମୋଦିତ ବୋଲି ବିବେଚନା କରାଯାଏ, ତଥାପି ଏବେ ଏଥିପାଇଁ କୌଣସି ସ୍ଥାନ ନାହିଁ, କାରଣ ସମ୍ବିଧାନର ଧାରା ୧୭ରେ ଅସ୍ପୃଶ୍ୟତା ଉଚ୍ଛେଦ କରାଯାଇଛି ।
ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ ବାକ୍ ସ୍ୱାଧୀନତା ଏକ ମୌଳିକ ଅଧିକାର ହୋଇଥିବା ବେଳେ ଏହାର ଅର୍ଥ ଘୃଣ୍ୟ ଭାଷଣ ଦେବା ନୁହେଁ, ବିଶେଷକରି ଯେତେବେଳେ ଏହା କୌଣସି ଧର୍ମ ସହିତ ଜଡିତ ହୋଇଥାଏ। ଏଭଳି ଭାଷଣରେ ଯେପରି କେହି ଆଘାତ ନ ପାଇବେ ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ଧର୍ମ ବିଶ୍ୱାସ ଉପରେ ଆଧାରିତ ଏବଂ ବିଶ୍ୱାସ ଏହାର ପ୍ରକୃତିରେ ଅଯୌକ୍ତିକତାକୁ ସ୍ଥାନ ଦେଇଥାଏ ବୋଲି ସେ କହିଛନ୍ତି। ତେଣୁ ଧର୍ମ ସମ୍ବନ୍ଧୀୟ ମାମଲାରେ ବାକ୍ ସ୍ବାଧୀନତା ପ୍ରୟୋଗ କରାଗଲେ ଏହା ଯେପରି କାହାକୁ କ୍ଷତି ନପହଞ୍ଚାଇବ, ତାହା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଅର୍ଥାତ୍ ବାକ୍ ସ୍ୱାଧୀନତାର ଅର୍ଥ ଘୃଣ୍ୟ ଭାଷଣ ନୁହେଁ।

Share Now:

Kalinga News Beuro

Next Post

ପୁରୁଣା ମିଗ୍‌-୨୧ ଓ ୨୩କୁ ହଟାଇବ ବାୟୁସେନା : ଆଉ ୧୦୦ଟି ନୂଆ ତେଜସ୍ ଲଢ଼ୁଆ ବିମାନ କିଣିବ

Sat Sep 16 , 2023
ନୂଆଦିଲ୍ଲୀ: ନିଜର ପୁରୁଣା ମିଗ୍‌ ସିରିଜ୍‌ ଯୁଦ୍ଧ ବିମାନକୁ ବଦଳାଇବାକୁ ଭାରତୀୟ ବାୟୁସେନା (ଆଇଏଏଫ୍‌) ନିଷ୍ପତ୍ତି ନେଇଛି। ଏଥିସହ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍‌ (ହାଲ୍‌) ଠାରୁ ପ୍ରାୟ ୧୦୦ଟି ଅତିରିକ୍ତ ହାଲୁକା ଲଢ଼ୁଆ ଯୁଦ୍ଧ ବିମାନ (ଏଲ୍‌ସିଏ) ତେଜସ୍‌ ମାର୍କ-୧ଏ ପାଇଁ ଅର୍ଡର ଦେବାକୁ ଯାଉଛି। ସ୍ୱଦେଶୀ ଏରୋସ୍ପେସ୍‌ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ମିଗ୍‌-୨୧, ୨୩ ଏବଂ ୨୭ ଲଢ଼ୁଆ ବିମାନ ଫ୍ଲିଟ୍‌ର ପୁରୁଣା ବିମାନକୁ ବଦଳାଇବା ପାଇଁ […]
ଆଉ ୧୦୦ଟି ନୂଆ ତେଜସ୍ ଲଢ଼ୁଆ ବିମାନ କିଣିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial