ପୁରୁଣା ମିଗ୍‌-୨୧ ଓ ୨୩କୁ ହଟାଇବ ବାୟୁସେନା : ଆଉ ୧୦୦ଟି ନୂଆ ତେଜସ୍ ଲଢ଼ୁଆ ବିମାନ କିଣିବ

ଆଉ ୧୦୦ଟି ନୂଆ ତେଜସ୍ ଲଢ଼ୁଆ ବିମାନ କିଣିବ

ନୂଆଦିଲ୍ଲୀ: ନିଜର ପୁରୁଣା ମିଗ୍‌ ସିରିଜ୍‌ ଯୁଦ୍ଧ ବିମାନକୁ ବଦଳାଇବାକୁ ଭାରତୀୟ ବାୟୁସେନା (ଆଇଏଏଫ୍‌) ନିଷ୍ପତ୍ତି ନେଇଛି। ଏଥିସହ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍‌ (ହାଲ୍‌) ଠାରୁ ପ୍ରାୟ ୧୦୦ଟି ଅତିରିକ୍ତ ହାଲୁକା ଲଢ଼ୁଆ ଯୁଦ୍ଧ ବିମାନ (ଏଲ୍‌ସିଏ) ତେଜସ୍‌ ମାର୍କ-୧ଏ ପାଇଁ ଅର୍ଡର ଦେବାକୁ ଯାଉଛି। ସ୍ୱଦେଶୀ ଏରୋସ୍ପେସ୍‌ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ମିଗ୍‌-୨୧, ୨୩ ଏବଂ ୨୭ ଲଢ଼ୁଆ ବିମାନ ଫ୍ଲିଟ୍‌ର ପୁରୁଣା ବିମାନକୁ ବଦଳାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ‘ମିଗ୍‌-୨୧, ମିଗ୍‌-୨୩ ଏବଂ ମିଗ୍‌-୨୭ ବିମାନ ସମେତ ବୃହତ୍‌ ମିଗ୍‌ ସିରିଜ୍‌ ଫ୍ଲିଟ୍‌କୁ ବଦଳାଇବା ପାଇଁ ଏଲ୍‌ସିଏକୁ ବିକଶିତ କରାଯାଇଥିଲା। ଏହି ସବୁ ବିମାନକୁ ପର୍ଯ୍ୟାୟକ୍ରମେ ବାହାର କରିବା ସହ ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ଏଲସିଏ ଶ୍ରେଣୀର ବିମାନ ରହିବା ଜରୁରୀ। ତେଣୁ ୮୩ଟି ଏଲସିଏ ମାର୍କ ୧ଏ କୁ ବାଦ୍‌ ଦେଲେ ଆମେ ଆହୁରି ୧୦୦ଟି ବିମାନ ପାଇଁ ଅର୍ଡର କରିଛୁ,’ ବୋଲି ଏୟାର ଚିଫ୍‌ ମାର୍ଶାଲ ଭିଆର୍‌ ଚୌଧୁରୀ କହିଛନ୍ତି।
ଏୟାର ଚିଫ୍‌ ମାର୍ଶାଲ ଚୌଧୁରୀ ବର୍ତ୍ତମାନ ଏୟାରବସ୍‌ ଦ୍ୱାରା ନିର୍ମିତ ପ୍ରଥମ ସି-୨୯୫ ପରିବହନ ବିମାନ ଗ୍ରହଣ କରିବା ପାଇଁ ସ୍ପେନ୍‌ ଗସ୍ତରେ ଅଛନ୍ତି। ଦକ୍ଷିଣ ସ୍ପେନର ସେଭିଲ ସହରରେ ଥିବା ଏରୋସ୍ପେସ୍‌ କମ୍ପାନିର ଉତ୍ପାଦନ କେନ୍ଦ୍ରରେ ଚୌଧୁରୀ ଏହି ବିମାନ ଗ୍ରହଣ କରିଛନ୍ତି। ତେଜସ୍‌ ମାର୍କ-୧ଏ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍‌, ବିକଶିତ ଏବଂ ନିର୍ମିତ ଆଧୁନିକ ୪ପ୍ଲସ୍‌ ଜେନେରେସନ୍‌ ଲଢୁଆ ବିମାନ, ଯେଉଁଥିରେ ୬୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପାଦାନ ରହିଛି। ତେଜସ୍‌ ଏମକେ-୧ଏ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସକ୍ରିୟ ଇଲେକ୍ଟ୍ରୋନିକ୍‌ ସ୍କାନ୍‌ ଆରେ (ଏଇଏସଏ) ରାଡାର, ବିୟଣ୍ଡ ଭିଜୁଆଲ ରେଞ୍ଜ (ବିଭିଆର) କ୍ଷେପଣାସ୍ତ୍ର, ଆଧୁନିକ ଇଲେକ୍ଟ୍ରୋନିକ୍‌ ୱାରଫେୟାର (ଇଡବ୍ଲ୍ୟୁ) ସୁଇଟ୍‌ ଯାହାର ଏୟାର-ଟୁ-ଏୟାର ରିଫୁଏଲିଂ (ଏଏଆର) କ୍ଷମତା ରହିଛି। ଏହି କ୍ରୟକୁ କେନ୍ଦ୍ରର ‘ଆତ୍ମନିର୍ଭର ଭାରତ’ ଚିନ୍ତାଧାରାର ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ କରାଯାଉଛି, ଯେଉଁଥିରେ ସ୍ୱଦେଶୀ କ୍ଷେତ୍ରକୁ ଟେକ୍ନୋଲୋଜିଭିତ୍ତିକ ଏବଂ ପ୍ରତିଯୋଗିତାମୂଳକ ପ୍ରତିରକ୍ଷା ଶିଳ୍ପରେ ପ୍ରବେଶ କରିବାର ସୁବିଧା ପ୍ରଦାନ କରାଯାଇଛି।

Share Now:

Kalinga News Beuro

Next Post

ଶାନ୍ତିପଲ୍ଲୀ ଆବାସ ଯୋଜନାରେ ଅଶାନ୍ତି ପ୍ରସଙ୍ଗ : ବିଲ୍ଡର ସଂସ୍ଥା ସୁରକ୍ଷାରେ ବିଏମ୍‌ସି, ବିଡିଏ, ପୂର୍ତ୍ତ

Sat Sep 16 , 2023
ନାଳ ଉପରେ ହୋର୍ଡିଂ, ରାସ୍ତା ପାଇଁ ହଟାଇଦେଲେ ସୂଚନା ଫଳକ ଭୁବନେଶ୍ୱର : ଓଡ଼ିଶାରେ ଚାଲିଛି କର୍ପୋରେଟ ରାଜ। କମ୍ପାନି ଇଚ୍ଛା ପୂର୍ଣ୍ଣ କରିବାକୁ ସରକାର ତତ୍ପର ଅଛନ୍ତି। ଏଭଳି ଅଭିଯୋଗ ଅନେକ ଦିନରୁ ରହିଛି, କେତେକ ପ୍ରମାଣ ମଧ୍ୟ ରହିଛି। ବିଏମ୍‌ସି ଓ ବିଡିଏର ଅଧିକାରୀ ମଧ୍ୟ ବଡ଼ ବଡ଼ ସଂସ୍ଥାଙ୍କ ଇଚ୍ଛା ପୂରଣ ପାଇଁ ଅଣ୍ଟା ଭିଡ଼ି ବସିଛନ୍ତି। ଶାନ୍ତିପଲ୍ଲୀ ଆବାସ ‌ଯୋଜନାରେ ଏଭଳି କେତେକ ପ୍ରମାଣ […]
ଶାନ୍ତିପଲ୍ଲୀ ଆବାସ ଯୋଜନାରେ ଅଶାନ୍ତି ପ୍ରସଙ୍ଗ

ଆହୁରି ପଢ଼ନ୍ତୁ