ଆଉ ଏକ ଭଣ୍ଡ ବାବା: ରାତି ସେବାରେ ଦାତି ବାବା

ଆଶ୍ରମର ଗୁମର ଖୋଲୁଛନ୍ତି ଦୁଷ୍କର୍ମ ପୀଡିତା
ଜୟପୁର(ରାଜସ୍ଥାନ): “ଖାଲି ମୁଁ ନୁହେଁ, ମୋ ଭଳି ଅନେକ ଝିଅ ରାତି ସେବା ପାଇଁ ଆଶ୍ରମକୁ ଯାଉଥିଲେ। ଆଉ ସେଠି ବ୍ୟାଭିଚାରର ଶିକାର ହେଉଥିଲେ। ଅନିଚ୍ଛା ସତ୍ୱେ ଏମିତି ଅନେକ ଝିଅ ଦାତି ମହାରାଜଙ୍କ ସହ ରାତି ବିତାଉଥିଲେ। ହେଲେ ବାବାଙ୍କ ଡରରେ କେହି ମୁଁ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହଁନ୍ତି। ଯେତେବେଳେ ମୁଁ ରାତିସେବା କରିବାକୁ ଯାଇ ଏଭଳି ବିବତ୍ସ ଘଟଣାକୁ ପ୍ରତ୍ୟକ୍ଷ କଲି ବାବାଙ୍କ କଳା କାରନାମା ପଦାକୁ ଆସିଲା।”

ରାଜସ୍ଥାନର ତଥାକଥିତ ଧର୍ମଗୁରୁ ଦାତି ମହାରାଜ ନିଜ ଆଶ୍ରମରେ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଫଶି ଥିବା ବେଳେ ପୀଡିତାଙ୍କ ଏଭଳି ବୟାନ ନିଆଁରେ ଘିଅ ଢାଳିଛି। ଛାତ୍ରୀ ଜଣକ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏହି ବ୍ୟାଭିଚାର ଘଟଣାରେ ଆଶ୍ରମର ଡାଇରେକ୍ଟର ମଧ୍ୟ ସାମିଲ ଅଛନ୍ତି। ସେ ହିଁ ବାବାଙ୍କ ରାତ୍ରୀ ସେବା ପାଇଁ ଝିଅମାନଙ୍କୁ ଭିତରକୁ ପଠାଉଥିଲେ। ବାବାଜି ଅନେକ ଝିଅଙ୍କ ସହ ଦୁଷ୍କର୍ମ କରି ସେମାନଙ୍କ ଜୀବନ ନଷ୍ଟ କରିଛନ୍ତି।

ଗୋଟିଏ ଝିଅକୁ ରାତିସେବା ପାଇଁ ପଠାଇବା ପୂର୍ବରୁ ତାର ମାନସିକ ସ୍ଥିତିକୁ ସମ୍ପୁର୍ଣ୍ଣ ପରଖି ନିଆଯାଏ। ଏପରିକି ଝିଅଟିକୁ କଥାରେ କଥାରେ ଏଭଳି ବଶିଭୂତ କରି ଦିଆଯାଏ ଯେ, ଲାଗିବ ଯାହା ହେଉଛି ସବୁ ଠିକ୍‌। ଏଣୁ ରାତି ସେବାରେ ଯିବାକୁ ଝିଅଟି ପୂରା ରାଜି ହୋଇଯାଏ। ପୀଡିତାଙ୍କ କହିବା ମୁତାବକ ସେ ମଧ୍ୟ ଏଭଳି ବଶୀକରଣର ଶୀକାର ହୋଇଛନ୍ତି। ହେଲେ ହିତାହିତ ଜ୍ଞାନ ଥିବାରୁ କ’ଣ ଭୁଲ୍‌ ଏବଂ କ’ଣ ଠିକ୍‌ ସେ ସମ୍ପର୍କରେ ଜାଣି ପରିଛନ୍ତି ବୋଲି କହିଛନ୍ତି।

ପିଡୀତାଙ୍କ ଏହି ବୟାନ୍‌ ପରେ ଆଜି ରାଜସ୍ଥାନ ମହିଳା ଆୟୋଗର ଏକ ଟିମ୍‌ ଦାତି ବାବାଙ୍କ ଆଶ୍ରମରେ ଚଢାଉ କରି ଦୀର୍ଘ ସମୟ ଧରି ଯାଞ୍ଚ କରିଛି।

Share Now:

Kalinga News Beuro

Leave a Reply

Next Post

ଦାତୁମ୍‌ ଚିଟ୍‌ଫଣ୍ଡ କମ୍ପାନି ସିଲ୍‌ : ପୁଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ନଥି

Sat Jun 23 , 2018
ଗୋଳନ୍ଥରା : ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ନିକଟରେ ଥିବା ଦାତୁମ୍‌ ଚିଟ୍‌ଫଣ୍ଡ କମ୍ପାନିକୁ ଆଜି ପୁଲିସ୍‌ ସିଲ କରିଛି। ଖାନତଲାସି ସମୟରେ ଅଫିସ୍‌ ଲକରରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ପୁଲିସ୍‌ ହାତରେ ପଡ଼ିଛି। ଖୁବ୍‌ଶୀଘ୍ର କମ୍ପାନିର ସମସ୍ତ ବ୍ୟାଙ୍କ ଆକାଉଣ୍ଟ୍‌କୁ ଜବତ କରାଯିବ ବୋଲି ପୁଲିସ୍‌ କହିଛି। ସୂଚନାନୁସାରେ, ଆଜି ଦାତୁମ୍‌ ଚିଟ୍‌ଫଣ୍ଡ୍‌ କମ୍ପାନି କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟ୍‌ ଓ ଜମାକାରୀମାନେ ଧାରଣା ଦେଇଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial