ଦାତୁମ୍‌ ଚିଟ୍‌ଫଣ୍ଡ କମ୍ପାନି ସିଲ୍‌ : ପୁଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ନଥି

ଗୋଳନ୍ଥରା : ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ନିକଟରେ ଥିବା ଦାତୁମ୍‌ ଚିଟ୍‌ଫଣ୍ଡ କମ୍ପାନିକୁ ଆଜି ପୁଲିସ୍‌ ସିଲ କରିଛି। ଖାନତଲାସି ସମୟରେ ଅଫିସ୍‌ ଲକରରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ପୁଲିସ୍‌ ହାତରେ ପଡ଼ିଛି। ଖୁବ୍‌ଶୀଘ୍ର କମ୍ପାନିର ସମସ୍ତ ବ୍ୟାଙ୍କ ଆକାଉଣ୍ଟ୍‌କୁ ଜବତ କରାଯିବ ବୋଲି ପୁଲିସ୍‌ କହିଛି।

ସୂଚନାନୁସାରେ, ଆଜି ଦାତୁମ୍‌ ଚିଟ୍‌ଫଣ୍ଡ୍‌ କମ୍ପାନି କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟ୍‌ ଓ ଜମାକାରୀମାନେ ଧାରଣା ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଜମାଟଙ୍କା ଫେରାଇ ନଥିବା ଅଭିଯୋଗ କରିବା ସହ ଟଙ୍କା ତୁରନ୍ତ ଫେରାଇବାକୁ ଦାବି କରିଥିଲେ। ପରେ ଜମାକାରୀଙ୍କ ଏତଲା ଭିତ୍ତିରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାଳୟ ସିଲ୍‌ କରିଥିଲା। ଜମାକାରୀଙ୍କୁ ଠକିଥିବା ଅଭିଯୋଗରେ କମ୍ପାନିର ୨ଜଣ କର୍ମଚାରୀଙ୍କୁ ଗିରଫ କରା ଯାଇଥିବା ନେଇ ପୁଲିସ୍‌ ସୂଚନା ଦେଇଥିବା ବେଳେ ଧାରଣାରତ ଜମାକାରୀ ଓ ଏଜେଣ୍ଟ ମାନେ କାର୍ଯ୍ୟାଳୟର ଝରକା, କବାଟ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ଅଟକ ରଖିଥିଲା ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଦାତୁମ କମ୍ପାନିର ନିର୍ଦ୍ଦେଶକ ବ୍ରଜ ମୋହନ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି, ଅଧିକାଂଶ ହିତାଧିକାରୀଙ୍କ ଟଙ୍କା ଫେରସ୍ତ କରାଯାଇଛି। ଆଉ କିଛି ଜମାକାରୀ ସେମାନଙ୍କ ଟଙ୍କା ପାଇନାହାନ୍ତି ଓ ଫେରସ୍ତ ପାଇଥିବା ଜମାକାରୀଙ୍କ ବଳକା ଟଙ୍କା ମଧ୍ୟ ଖୁବ୍‌ଶୀଘ୍ର ଫେରସ୍ତ କରାଯିବ। ଏନେଇ ସେମାନଙ୍କୁ ଅନେକ ଥର ପ୍ରତିଶ୍ରୁତି ଦିଆଯାଇଛି, ବର୍ତ୍ତମାନ ମଧ୍ୟ ଦିଆଯାଉଛି। ଟଙ୍କା ଓ ପ୍ଲଟ୍‌ ହସ୍ତାନ୍ତର ସମ୍ପର୍କିତ ନଥିପତ୍ର ଜମାକାରୀଙ୍କୁ ଦେବା ପାଇଁ ଏଜେଣ୍ଟ ମାନଙ୍କୁ ଦିଆ ଯାଇଥିଲେ ମଧ୍ୟ ସେମାନେ ଜମାକାରୀଙ୍କୁ ଦେଉନାହାନ୍ତି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସ୍ୱଚ୍ଛ ସହର ତାଲିକାର ବହୁ ପଛରେ ଭୁବନେଶ୍ୱର : ଅପାରଗତା ଲୁଚାଇବାକୁ କାରଣ ଖୋଜୁଛି ବିଏମ୍‌ସି

Sun Jun 24 , 2018
ଭୁବନେଶ୍ୱର : ସ୍ୱଚ୍ଛ ଭାରତ ମିସନ ଅଭିଯାନରେ ଗତ ତିନି ବର୍ଷ ହେଲା ହେଉଥିବା ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ଆଖିଦୃଶିଆ ର‍୍ୟାଙ୍କ ପାଇପାରିଲାନି। ଗତବର୍ଷ ୯୪ତମ ର‍୍ୟାଙ୍କ ପାଇ ଖୁସିରେ ଗଦ୍‌ଗଦ୍‌ ହୋଇପଡ଼ିଥିବା ବିଏମ୍‌ସି ବର୍ଷକରେ ପରିମଳ ବ୍ୟବସ୍ଥା ଏମିତି ବାଗେଇ ଦେଲା ଯେ, ସିଧା ୨୪୫ତମ ସ୍ଥାନକୁ ଖସିଗଲା। ଭଲ ର‍୍ୟାଙ୍କ ପାଇବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଆଖି ଦୃଶିଆ ପଦକ୍ଷେପ ନନେବାରୁ ଭୁବନେଶ୍ୱର ଏବେ ସାରା ଦେଶରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial