ଓଏଏସ ଅଧିକାରୀ ସ୍ତରରେ ଅଦଳବଦଳ : ଓଏସଆରଟିସି ଜିଏମ ହେଲେ ବିକିକେଶନ ଦେହୁରୀ

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି। ବ୍ରହ୍ମପୁର କନସୋଲିଡେସନ ଆଣ୍ଡ ସେଟଲମେଣ୍ଟର ଅତିରିକ୍ତ କମିସନର ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କନସୋଲିଡେସନ ଆଣ୍ଡ ସେଟଲମେଣ୍ଟର କମିସନର ଭାବେ ଅବସ୍ଥାପିତ କରାଯାଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଓଡ଼ିଶା ରାଜ୍ୟ ରୋଡ଼ ପରିବହନ ନିଗମ (ଓଏସଆରଟିସି)ର ଜିଏମ ବ୍ରଜ ଗୋପାଲ ଆଚାର୍ଯ୍ୟଙ୍କୁ ଏଫ ଆଣ୍ଡ ଏଆରଡି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ, ଭୁବନେଶ୍ୱରର ଲ୍ୟାଣ୍ଡ ଅଫିସର ଆରାଧନା ଦାସଙ୍କୁ ଏସସି ଆଣ୍ଡ ଏସଟି ବିକାଶ, ସଂଖ୍ୟାଲଘୁ ଆଣ୍ଡ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଟ୍ରାନ୍ସଫର କରାଯାଇଛି। ସ୍ୱାସ୍ଥ୍ୟ ଓ ଏଫଡବ୍ଲ୍ୟୁ ବିଭାଗର ଅତିରିକ୍ତ ସଚିବ ସ୍ମିତା ବିଶ୍ୱାସଙ୍କ ବିଭାଗୀୟ ଦାୟିତ୍ୱ କାଏମ୍ ରହିବ। ସ୍ୱାସ୍ଥ୍ୟ ଓ ଏଫଡବ୍ଲ୍ୟୁ ବିଭାଗର ଅତିରିକ୍ତ ସଚିବ ବିସିକେଶନ ଦେହୁରୀଙ୍କୁ ଓଏସଆରଟିସିର ଜିଏମ ଭାବେ ବଦଳି କରାଯାଇଛି। ଖୋର୍ଦ୍ଧା ଅତିରିକ୍ତ ସବ-କଲେକ୍ଟର ରଶ୍ମିତା ରାଣୀ ତାରାସିଆଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ, ଭୁବନେଶ୍ୱରର ସଚିବ ଭାବେ ଟ୍ରାନ୍ସଫର କରାଯାଇଛି। ବଣାଇ ଆଇଟିଡିଏର ପିଏ ଲଲାଟ କୁମାର ଲୁହାଙ୍କୁ ବରଗଡ଼ ସବ-କଲେକ୍ଟର, ନବରଙ୍ଗପୁର ଆଇଟିଡିଏର ପିଏ ଅଭିମନ୍ୟୁ ମାଝିଙ୍କୁ ପାନପୋଷ ସବ-କଲେକ୍ଟର, ଟାଙ୍ଗି ଏକ୍ସ-ବିଡିଓ ଅକ୍ଷୟ କୁମାର ରାଉତଙ୍କୁ ଖୋର୍ଦ୍ଧା ସବ-କଲେକ୍ଟର, ସୋରୋ ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ମୟୂରଭଞ୍ଜ ଡିଆରଡିଏର ଅତିରିକ୍ତ ପିଡି (ଆଡମିନ), ରମନାଗୁଡ଼ା ବିଡିଓ ବେଣୁଧର ସବରଙ୍କୁ ନବରଙ୍ଗପୁର ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି।

Share Now:

Kalinga News Beuro

Next Post

ବିଚାରପତିଙ୍କ ଆତ୍ମହତ୍ୟା ଘଟଣା : ପତ୍ନୀ ବିୟୁଟି ଓ ଶଳାଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Sat Sep 3 , 2022
କଟକ: ଗତକାଲି ବିଚାରପତିଙ୍କ ଆତ୍ମହତ୍ୟା ଘଟଣା ଏବେ ଭିନ୍ନ ମୋଡ ନେଇଛି। ଆତ୍ମହତ୍ୟା ନୁହେଁ ହତ୍ୟା ଅଭିଯୋଗ ଆଣିଛନ୍ତି ବିଚାରପତିଙ୍କ ପରିବାର ଲୋକ। ଏଭଳି ଏକ ଅଭିଯୋଗ ଆଣିଛନ୍ତି ସୁବାସ ବିହାରୀଙ୍କ ମା ତୁଳସୀ ବିହାରୀ ଏବଂ ଭାଇ ସୁବୋଧ ବିହାରୀ। ସୁବାସ ବିହାରୀଙ୍କ ଶଳା ଏବଂ ତାଙ୍କ ସ୍ତ୍ରୀ ଅପରାଜିତା ରାୟ(ବିୟୁଟି) ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ କଟକର ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି।ସୁବାସଙ୍କ ପରିବାର […]
ବିଚାରପତିଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial